www.samajalive.in
Saturday, December 6, 2025
26.1 C
Bhubaneswar

ଜ୍ୟୋତି ମାଲହୋତ୍ରା ଲିଙ୍କ୍‌: ପ୍ରିୟଙ୍କାଙ୍କୁ ପୁଣି ଜେରା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ ଗୁପ୍ତଚରି କରୁଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀ ଯୁବତୀ ପ୍ରିୟଙ୍କା ସେନାପତି। ତାଙ୍କୁ ପୁଣି ଥରେ ଜେରା କରାଯାଉଥିବା ସୂଚନା ମିଳିଛି। ଜ୍ୟୋତିଙ୍କ ସହ ଲିଙ୍କ୍‌ ଥିବାରୁ ପୁଲିସ ବିଭିନ୍ନ ଦିଗକୁ ନେଇ ଜେରା କରୁଥିବା ପୁରୀ ଏସପି ଭିନିତ ଅଗ୍ରଓ୍ବାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଅନ୍ୟ କୌଣସି ସନ୍ଦିଗ୍ଧ ଆକାଉଣ୍ଟରୁ ଟଙ୍କା ଆସିଛି କି ନେହିଁ ତାହାକୁ ନେଇ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁପ୍ତଚରି କରୁଥିବା ଜ୍ୟୋତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଯାଞ୍ଚ ବେଳେ ପ୍ରିୟଙ୍କାଙ୍କ ସହିତ ତାଙ୍କର ଲିଙ୍କ୍‌ ଥିବା ଜଣାପଡ଼ିଥିଲା। ଜ୍ୟୋତି ପୁରୀ ଆସିଥିଲେ ଏବଂ ଏଠାରେ ପ୍ରିୟଙ୍କା ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ। ହରିୟାଣା ପୁଲିସ ତଥ୍ୟ ଆଧାରରେ ପୁରୀ ପୁଲିସ ପ୍ରିୟଙ୍କାଙ୍କୁ ଜେରା କରିଥିଲା। ପ୍ରିୟଙ୍କା ଜ୍ୟୋତିଙ୍କ ସହିତ ପାକିସ୍ତାନ ଯାଇଥିବା ମଧ୍ୟ ଜଣାପଡ଼ିଥିଲା। ହରିୟାଣା ପୁଲିସର ତଥ୍ୟକୁ ଆଧାର କରି ଏଠାକାର ପୁଲିସ ତାଙ୍କୁ ଜେରା କରୁଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories