www.samajalive.in
Monday, December 8, 2025
13.1 C
Bhubaneswar

ଏସ୍‌ଓପି ପ୍ରସ୍ତୁତ: ବିଦା ହେବେ ବାଂଲାଦେଶୀ

ଭୁବନେ‌େ‌ଶ୍ବର : ଓଡ଼ିଶାରୁ ବାଂଲାଦେଶୀଙ୍କୁ ତଡ଼ିପାର୍‌ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଓଡ଼ିଶାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ସହ ସେମାନଙ୍କୁ ବିଦା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌)କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ଲାଗି ମାର୍ଗଦର୍ଶିକା (ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଉକ୍ତ ଏସ୍‌ଓପି ସମସ୍ତ ଜିଲା ପୁଲିସ ମୁଖ୍ୟାଳୟକୁ ପଠାଯାଇଛି। ବିଶେଷକରି ବାଂଲାଦେଶୀ ନାଗରିକ ରହୁଥିବା ପେଣ୍ଠସ୍ଥଳୀଗୁଡ଼ିକୁ ଚିହ୍ନଟ କରିବା ସହ ସେସବୁ ଅଞ୍ଚଳରେ ଅନୁପ୍ରବେଶ ରୋକିବା ଲାଗି ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ସାମୁଦ୍ରିକ ଥାନା, ତଟରକ୍ଷୀ ବାହିନୀ, ସ୍ଥାନୀୟ ପୁଲିସ ଓ ଗୁଇନ୍ଦା ସହ ସମନ୍ବୟ ରକ୍ଷା କରି ବଡ଼ଧରଣର ଧରପଗଡ଼ ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ କୌଣସି ଅଣ ନାଗରିକ ରହିପାରିବେ ନାହିଁ। ରାଜ୍ୟରୁ ବାଂଲାଦେଶୀଙ୍କୁ ହଟାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଯାନ୍ତ୍ରିକ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। ସେମାନେ ବିଭିନ୍ନ
ଏଜେନ୍ସିରେ ରହି କାମ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପରେ ପଦକ୍ଷେପ ନିଆଯିବ।
ଓଡ଼ିଶାର ୫୧୧ କି.ମି ଦୀର୍ଘ ଉପକୂଳରେ ଥିବା ତଟବର୍ତ୍ତୀ ଜିଲାଗୁଡ଼ିକରେ ବାଂଲାଦେଶୀମାନେ ଆଡ୍ଡା ଜମାଉଛନ୍ତିି। ଜଗତସିଂହପୁର, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ ଓ ଭୁବନେଶ୍ବରକୁ ପ୍ରମୁଖ ହଟସ୍ପଟ ଭାବରେ ଚିହ୍ନଟ କରାଯାଇଛି। ଭୁବନେଶ୍ବର ୧୦ରୁ ଅଧିକ ସ୍ଥାନ, କେନ୍ଦ୍ରାପଡ଼ାର ରାଜନଗର ଓ ପାରାଦ୍ବୀପର କିଛି ସ୍ଥାନକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ବାଲାଂଦେଶୀଙ୍କ ତଥ୍ୟ ଯୋଗାଡ଼ କରାଯାଇଛି। ସେଠାରେ ସ୍ବତନ୍ତ୍ର କାର୍ଯ୍ୟବଳର ଦଳ ରେକି କରିବା ସହ ଭିଡିଓ ଫୁଟେଜ ସଂଗ୍ରହ କରିଛନ୍ତି।
ସେହିପରି ସ୍ବତନ୍ତ୍ର କାର୍ଯ୍ୟବଳ ପକ୍ଷରୁ ଜାରି ମାଗଦର୍ଶିକାରେ ବାଂଲାଦେଶୀଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ଲାଗି କ’ଣ ପଦପେକ୍ଷ ନିଆଯିବ, ସେସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଚଲାପଥରେ ନାକା ଲଗାଯିବା ସହ ସେମାନଙ୍କ ଗତିଵିଧି ଉପରେ ନଜର ରଖିବା ପାଇଁ ବାଂଲାଦେଶୀଙ୍କ ତାଲିକା ପ୍ରସ୍ତୁତ କରିବେ। ସେହିପରି ବାଂଲାଦେଶୀଙ୍କ ଆଧାରକାର୍ଡ, ଭୋଟର, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ହେବ। ରେସନ ଓ ସରକାରୀ ସୁବିଧା, ଶିକ୍ଷାଗତ ଯୋଗ୍ୟତା, କେଉଁ ଶିକ୍ଷାନୁୁଷ୍ଠାନରେ ପାଠ ପଢ଼ିଛନ୍ତି, ସେହି କାଗଜପତ୍ରଗୁଡ଼ିକ ସ୍ଥାନୀୟ ପୁଲିସ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ବାଂଲାଦେଶୀ ନାଗରିକଙ୍କ ରାଜନୈତିକ ପୃଷ୍ଠଭୂମି କ’ଣ ବା କେଉଁ ରାଜନୈତିକ ଦଳ ଲାଗି ସେମାନେ କାର୍ଯ୍ୟ କରୁଛନ୍ତି, ଜୀବିକା ବା ରୋଜଗାର ମାଧ୍ୟମ ଆଦି ବିଷୟରେ ତନ୍ନତନ୍ନ ଯାଞ୍ଚ ହେବ। ଜନସେବା କେନ୍ଦ୍ରରେ ଆଧାରକାର୍ଡ, ରେସନକାର୍ଡ ଓ ଅନ୍ୟ ପ୍ରମାଣପତ୍ର ପ୍ରସ୍ତୁତ କରି ତାହାକୁ ଯାଞ୍ଚ କରାଯିବ। ବିଶେଷକରି ପରିଚୟ ଯାଞ୍ଚ କରାଯିବ। ଜନସେବା କେନ୍ଦ୍ର ଚଞ୍ଚକତା ବା ନକଲି ପରିଚୟପତ୍ର ଯୋଗାଇଥିଲେ ସମ୍ପୃକ୍ତ ଜନସେବା କେନ୍ଦ୍ର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି। ଅନୁରୂପ ଭାବେ ବାଂଲାଦେଶୀ ନାଗରିକଙ୍କୁ ଅତୀତରେ ଥିବା ଅପରାଧିକ ମାମଲାର ତର୍ଜମା, ସରକାରୀ ଜମି ଜବରଦଖଲ କରି ରହୁଥିବା ବାଲାଂଦେଶୀଙ୍କୁ ହଟାଇବା ସହ ଉଚ୍ଛେଦ ଲାଗି ସମସ୍ତ ଜିଲା ପୁଲିସକୁ କୁହାଯାଇଛି। ଏନେଇ ସ୍ବତନ୍ତ୍ର କାର୍ଯ୍ୟବଳର ଡିଆଇଜି ପିନାକ ମିଶ୍ର କହିଛନ୍ତି, ବେଆଇନ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ଆଇନ ପରିସରଭୁକ୍ତ କରାଯିବ। ଏଥିପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀ ଆମ ରାଜ୍ୟ ଲାଗି ବିପଦ।
ସୂଚନାଯୋଗ୍ୟ ଯେ, ରାଜ୍ୟର ୬ଟି ଜିଲାରେ ୩୭୩୮ ଜଣ ବାଂଲାଦେଶୀ ବେଆଇନ ଭାବେ ରହିଛନ୍ତି। ସରକାରୀ ନଥିରେ ଏହି ସଂଖ୍ୟା ଥିବାବେଳେ ଅସଲ ଗଣିତ ଏହାଠାରୁ ଢ଼େର ବେଶୀ ରହିଥିବା କୁହାଯାଉଛି। ଓଡ଼ିଶାରେ ଘଟୁଥିବା ଅପରାଧରେ ବାଂଲାଦେଶୀ ନାଗରିକଙ୍କ ସମ୍ପୃକ୍ତି ରହୁଛି। ନିକଟରେ ଭୁବନେଶ୍ବର ରେଳଷ୍ଟସନରୁ ୧୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କରିଥିଲା ସ୍ବତନ୍ତ୍ର କାର୍ଯ୍ୟବଳ। ସେହିଦିନଠାରୁ ଏ ବାବଦରେ ତନାଘନା ଜାରି ରହିଛି।
ଏସ୍‌ଓପି ପ୍ରସ୍ତୁତ: ବିଦା ହେବେ…

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories