www.samajalive.in
Sunday, December 14, 2025
15.1 C
Bhubaneswar

ଚାନ୍ଦବାଲିରେ’ ସିନ୍ଦୁର ‘ପରାକ୍ରମ ଶୋଭାଯାତ୍ରା

ଚାନ୍ଦବାଲି: ନିରୀହ ପଯ୍ୟଟକଙ୍କୁ ପହଲଗାମରେ ଆତଙ୍କବାଦୀଙ୍କ ହତ୍ୟା ଘଟଣା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍‍ ସିନ୍ଦୂର’। ‘ଅପରେସନ୍‍ ସିନ୍ଦୂର’ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଅନୁଯାଇ ସଶକ୍ତ ସେନା ବାହିନୀର ବୀରତ୍ୱ, ଶୌର୍ଯ୍ୟ ଓ ପରାକ୍ରମକୁ ନମନ କରି ଭାରତରେ ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜନ କରାଯାଉଛି ।

ଏହି ପରିପେକ୍ଷୀରେ ରବିବାର ଦିନ ଚାନ୍ଦବାଲି ବ୍ଲକର ସମସ୍ତ ପଞ୍ଚାୟତ ଓ ଏନଏସିରେ ରାଷ୍ଟୀୟ ସୁରକ୍ଷା ନାଗରିକ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ତ୍ରିରଙ୍ଗା ଶୋଭାଯାତ୍ରା ବା ପରାକ୍ରମ ଶୋଭାଯାତ୍ରା। ଚାନ୍ଦବାଲି ଏନଏସି ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ପରିସରରୁ ବିଜୟ ବେହେରାଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ ଏକ ବାଇକି ରାଲିରେ ତ୍ରିରଙ୍ଗା ଧରି ଚାନ୍ଦବାଲି ସହର ପରିକ୍ରମା କରିଥିଲେ।

- Advertisement -

ଏହି ‘ପରାକ୍ରମ ଶୋଭାଯାତ୍ରା’ ରେ ଉପସ୍ଥିତ ଥିଲେ ଉପେନ୍ଦ୍ର ରାଉଳ, ଜଗନ୍ନାଥ ରାଉତ,କମଳାକାନ୍ତ ସୁତାର, ବିଜୟ ବେହେରା, ବିଳାଶ ନାୟକ,ବିକାଶ ବେହେରା, ଦେବ ଦେବାଶିଷ ନାୟକ, ଅନୁପ ଜେନା,ଶୀତ ମହାଳିକ, ଗୋପିରାମ ଅଗ୍ରୱାଲ, ସସ୍ମିତା ଦାସ, ପୂର୍ଣ୍ଣ ପାଣି, ସନ୍ତୋଷ ବାରିକ, ସମିନା ପରବିନ, ଶଶୀକାନ୍ତ ଦାସ, ଅଭୟ ସାମଲ, ନୀଳମଣି ବାରିକ, ଅର୍ଜିତ ପଣ୍ଡା, ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଓରାସାହି ପଞ୍ଚାୟତ ରେ ଦିଲୀପ ରାଉତ ଙ୍କ ନେତୃତ୍ୱରେ ଶତାଧିକ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଭୂଇଁମୂର୍ତ୍ତି ପଞ୍ଚାୟତରେ ଯୁବ ସାର୍ଥକ ନାୟକଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଶତାଧିକ ନାଗରିକ ସମଗ୍ର ପଞ୍ଚାୟତ ପରିକ୍ରମା କରିଥିଲେ। ଉତୁକୁଡା ପଞ୍ଚାୟତରେ ସମାଜସେବୀ ସୁଶାନ୍ତ ପୁହାଣଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ ଅଫିସ ପାଖରୁ ଶତାଧିକ ଜନସାଧାରଣ ବାହାରି ସମଗ୍ର ପଂଚାୟତ ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସ୍ୱର୍ଣଲତା ପୁହାଣ, କାଁହୁଚରଣ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ମତୋ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଶୋକ କୁମାର ରାଉଳଙ୍କ ନେତୃତ୍ୱରେ ଶତାଧିକ ରାଷ୍ଟୀୟ ସୁରକ୍ଷା ନାଗରିକ ସମାଜ ର କାର୍ଯ୍ୟକର୍ତା ମାନେ ସ୍ଥାନୀୟ ମତୋ ବଜାର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ସାମଲ, ପ୍ରମୋଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories