www.samajalive.in
Saturday, December 13, 2025
26.1 C
Bhubaneswar

୨୪ ଟିକିଆ ହାତୀପଲଙ୍କ ଉପଦ୍ରବ: ବସଷ୍ଟାଣ୍ଡ ବୁଲିଲେ, ଘର ଭାଙ୍ଗିଲେ

ପାଟଣା : ସପ୍ତାହେ ହେଲା ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖିଥିବା ୨୪ ଟିକିଆ ହାତୀପଲ ୪ ଦିନ କାଳ ଏରେଣ୍ଡେଇ ଇଲାକାରେ ଡେରା ପକାଇ ବ୍ୟାପକ ଖରାଟିଆ ଧାନ ଚାଷ ନଷ୍ଟ କରିବା ପରେ ଗତକାଲି ସନ୍ଧ୍ୟାରେ ସେଠାରୁ ପାଟଣା ବଜାର ମୁହାଁ ହୋଇଥିଲେ। ପ୍ରଥମେ ଏହି ହାତୀପଲ ଲକ୍ଷ୍ମୀ ବସଷ୍ଟାଣ୍ଡରେ ପଶିବାରୁ ଜନବସତି ଓ ଦୋକାନ ବଜାର ଥିବା ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବା ସହ ଲୋକମାନେ ବାଣ ଫୁଟାଇ ଏହି ହାତୀପଲଙ୍କୁ ଘଉଡ଼ାଇ ଦେଇଥିଲେ। ହାତୀ କେବଳ ବସ ଷ୍ଟାଣ୍ଡର ଫାଟକ ଭାଙ୍ଗି ଥିବାବେଳେ ଷ୍ଟାଣ୍ଡରେ ବସ ଗୁଡିକ ସୁରକ୍ଷିତ ଅଛି। ପରେ ପରେ ହାତୀପଲ ସାଧୁପଡା ଠାକୁରାଣୀ ଶାଳ ଦେଇ ଏକାଧିକ ଦଳରେ ବିଭକ୍ତ ହୋଇ ମନଇଚ୍ଛା ଯୁଆଡେ ଇଚ୍ଛା ଯାଇ ଅଘଟଣ ଘଟାଇଛନ୍ତି। ଏହି ହାତୀପଲ ମାଧପୁର ଗ୍ରାମର କ୍ଷୀରୋଦ ନାଏକ, ଶ୍ୟାମ ମୁଣ୍ଡା, ବାଉଁଶ ରାଣୀ ମୁଣ୍ଡା ଓ ବାସନ୍ତୀ ମୁଣ୍ଡାଙ୍କ ଆବାସ ଘର ଭାଙ୍ଗିବା ସହ ପୁଟୁଳିଆ ଗ୍ରାମର ପୁଷ୍ପ ମଞ୍ଜରୀ ମହାନ୍ତ ଓ ସରସ୍ୱତୀ ମହାନ୍ତଙ୍କ ଘର ଭାଙ୍ଗିଛନ୍ତି। ପରେ ପରେ ଗୋବୋରାବେଡା ବିଦ୍ୟାଳୟ ପାଚେରୀ ଓ ଫାଟକ ଭାଙ୍ଗିଛନ୍ତି। ଏହି ହାତୀପଲ ଆଜି ଦିନବେଳା ଦହିବାହାଳି ଡ୍ୟାମ ପାଖରେ ଡେରା ପକାଇଥିବା ବେଳେ ସନ୍ଧ୍ୟାରେ ଭରାଣ୍ଡିଆ ହୋଇ କାଠବାରୀ ମୁହାଁ ହୋଇଛନ୍ତି। ଗତକାଲି ଏହି ହାତୀପଲଙ୍କ ଉପରେ ନଜର ରଖିବା ପାଇଁ ସହକାରୀ ବନ ସଂରକ୍ଷକ ସୁଦୀପ୍ତ ପଣ୍ଡା, ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ବନପାଳ ପିଅନ ନାଏକ, ବନରକ୍ଷୀ ତାପସ୍ୱିନୀ ନାଏକ, ପାଟଣା ବନ ବିଭାଗର ୨୦ କର୍ମଚାରୀଙ୍କ ସହ ସଦର ରେଞ୍ଜ, ବିଜେପି ରେଞ୍ଜ ଓ ଚମ୍ପୁଆ ରେଞ୍ଜର ବହୁ କର୍ମଚାରୀ ମଧ୍ୟ ସାମିଲ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories