www.samajalive.in
Sunday, December 14, 2025
16.1 C
Bhubaneswar

ଭୁବନେଶ୍ୱରରେ ଖୋଲିବ ଏନଆଇଏ ଶାଖା, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଶାଖା ଖୋଲିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱର ଏନଆଇଏ ଶାଖା ପ୍ରାରମ୍ଭିକ ଭାବେ ଭିଏସଏସ ନଗରରେ କାମ କରିବ। ଜଣେ ଏସପି ପାହ୍ୟାର ଅଧିକାରୀ ଏନଆଇଏ ଶାଖାର ମୁଖ୍ୟ ରହିବେ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା, ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା। ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ।

- Advertisement -

ଜାତୀୟ ତଦନ୍ତ ସଂସ୍ଥା)ର ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏନଆଇଏ ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟାଳୟଗୁଡ଼ିକ ରଣନୀତିକ ଭାବରେ ଅବସ୍ଥିତ।

ହାଇଦ୍ରାବାଦ, ଗୌହାଟୀ, କୋଚି, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦ ଏନଆଇଏ ଶାଖା କାର୍ଯ୍ୟାଳୟ ରହିଛି। ଏବେ ଏନଆଇଏ ଶାଖା କାର୍ଯ୍ୟାଳୟ ଭୁବନେଶ୍ଵରରେ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories