ରେଢ଼ାଖୋଲ: ଘର ପଛ ପଟୁ ୩ ଦିନ ପରେ ମୃତଦେହ ବାହାରିଥିବା ସୂଚନା ମିଳିଛି। ଡଇଁଚା ଗାଁ ଘଣ୍ଟରାସାହିରେ ମାଟି ଖୋଳି ପୁଲିସ ମୃତଦେହ ବାହାର କରିଛି।
ମୃତକ ଘରର ବଡ଼ ପୁଅ ବୋଲି ଜଣାପଡ଼ିଛି। ପ୍ରକୃତରେ ଘରର ବଡ଼ ପୁଅକୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହାଇନାହିଁ। ପରିବାରଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଏହି ଘଟଣାରେ ଏକ ମାମଲା ରୁଜ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।



