ଭୁବନେଶ୍ଵର: ମୋହନ ସରକାର ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜୋରଦାର ପ୍ରତିବାଦ କରିଛି ବିଜେଡ଼ି । ଏ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଏହା ଏକ ଧୋକା ଓ ପ୍ରବଞ୍ଚନା। ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର୍ ଦାବି କରିଥିଲା। ହେଲେ ବିଜେପି ସରକାର ଏହାର ବିଶ୍ଳେଷଣ ନକରି ତରବରିଆ ନିଷ୍ପତ୍ତି ନେଇଛନ୍ତି। ଗ୍ରାଜୁଏସନ୍ ଓ ପିଜିରେ ସିଟ୍ ଖାଲି ପଡୁଛି। ଅଥତ ସରକାର ସେଠାରେ ସଂରକ୍ଷଣ ଲାଗୁ କରି ବାଃ ବାଃ ନେଉଛନ୍ତି । ଏହା କିପରି ବିଚାର ଓ ନିଷ୍ପତ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ । ତେଣୁ ବିଜେଡି ଦାବି ରଖୁଛି, ଓବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ। ଏହା ସହିତ ଶିକ୍ଷା କ୍ଷେତ୍ରରେ ଏସସି/ଏସଟି ମାନଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦିଆଯାଉ। ସେହିପରି ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି। ମୋହନ ସରକାରଙ୍କର ସଂରକ୍ଷଣ ନିଷ୍ପତ୍ତି ବିରୋଧରେ ଆସନ୍ତା ୨୧ ତାରିଖରେ ରାଜଭବନ ସାମ୍ନାରେ ବିଶାଳ ଗଣଧାରଣା ଦିଆଯିବ ଏବଂ ନିଷ୍ପତ୍ତିକୁ ବିରୋଧ କରାଯିବ । ଏହା ସହ ଆଗକୁ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି ।
ଓବିସି ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି: ୨୧ରେ ରାଜଭବନ ସାମ୍ନାରେ ବିଶାଳ ଗଣଧାରଣା ଦେବ ବିଜେଡି
Popular Categories



