www.samajalive.in
Thursday, December 11, 2025
18.1 C
Bhubaneswar

ଆସିଲା ‘ହରି ହର ବୀରା ମଲ୍ଲୁ’ର ପ୍ରଥମ ଝଲକ୍‌, ପ୍ରଶଂସକ ଉତ୍ସାହିତ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ପାଓ୍ବରଷ୍ଟାର ପବନ କଲ୍ୟାଣଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ହରି ହର ବୀରା ମଲ୍ଲୁ’ ଭାଗ-୧ର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଫିଲ୍ମର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏହାର ପ୍ରଥମ ଝଲକ୍‌ ଶେୟାର କରାଯାଇଛି, ଯାହାକୁ ଦେଖିବାପରେ ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦୁଇଗୁଣା ବୃଦ୍ଧି ପାଇଛି।

‘ହରି ହର ବୀରା ମଲ୍ଲୁ’ ଏକ ଆକ୍ସନ୍ ଆଡଭେଞ୍ଚର୍ ଫିଲ୍ମ, ଯେଉଁଥିରେ ପବନ କଲ୍ୟାଣ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ହରି ହର ବୀରା ମଲ୍ଲୁ’ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରେ ଏକ GIF ଶେୟାର କରାଯାଇଛି, ଯେଉଁଥିରେ ପବନଙ୍କ ପିଠି ଦେଖାଯାଉଛି ଏବଂ ଏକ ବଡ଼ ପକ୍ଷୀ ତାଙ୍କ କାନ୍ଧରେ ଆସି ବସିଛି, ସତେ ଯେମିତି ସେ ଅଭିନେତାଙ୍କ ବନ୍ଧୁ। ତେବେ ଏହି ପକ୍ଷୀଟି ଚିଲ ନା ଛଞ୍ଚାଣ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ, କାରଣ GIFରେ ସାମ୍ନାର ଝଲକ୍ ଦେଖାଯାଉ ନାହିଁ। ଏହି ଛୋଟ GIF ଝଲକ୍‌ ପାଇ ପବନଙ୍କ ପ୍ରଶଂସକମାନେ ବେଶ୍‌ ଖୁସି ଓ ଉତ୍ସାହିତ ହୋଇଛନ୍ତି।

- Advertisement -


‘ହରି ହର ବୀରା ମଲ୍ଲୁ’ର ନିର୍ଦେଶନା ଦେଇଛନ୍ତି କ୍ରିଶ୍‌ ଜଗରଲାମୁଡି ଓ ଏଏମ ଜ୍ୟୋତି କୃଷ୍ଣା। ଏହି ଚଳଚ୍ଚିତ୍ରରେ ପ୍ରସିଦ୍ଧ ଡାକୁ ବୀରା ମଲ୍ଲୁଙ୍କ ଜୀବନକୁ ଚିତ୍ରଣ କରାଯାଇଛି। ଫିଲ୍ମରେ ପବନ କଲ୍ୟାଣଙ୍କ ବ୍ୟତୀତ ବବି ଦେଓଲ, ନିଧି ଅଗ୍ରଓ୍ବାଲ, ନରଗିସ୍‌ ଫାଖରୀ ଓ ନୋରା ଫତେହୀ ପ୍ରମୁଖ କଳାକାର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ମେ’ ୩୦ ତାରିଖରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories