www.samajalive.in
Monday, December 8, 2025
24.1 C
Bhubaneswar

ଭାରତକୁ ସମର୍ଥନ କଲା ତାଲିବାନ, ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି ଦେଶ ପାକିସ୍ତାନକୁ ସହଯୋଗ କରି ଭାରତକୁ ବଦନାମ କରିବାକୁ ପ୍ରୟାସ ଚଳାଇଥିଲେ । ଏଭଳି ସ୍ଥଳେ ତାଲିବାନ କିନ୍ତୁ ଭାରତକୁ ସମର୍ଥନ କରିଛି ।

ସୂଚନା ଅନୁସାରେ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ପ୍ରଥମ ଥର ପାଇଁ ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ଆମିର ପହଲଗାଓଁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ । ଏଥିପାଇଁ ଜୟଶଙ୍କର ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପୂର୍ବରୁ ପାକିସ୍ତାନ ତାଲିବାନର ସହଯୋଗୀ ଥିବାବେଳେ ବର୍ତ୍ତମାନ କିନ୍ତୁ ଉଭୟଙ୍କ ମଧ୍ୟ ସମ୍ପର୍କ ଭଲନଥିବା କୁହାଯାଉଛି । ଏହା ଭାରତ ପାଇଁ ଲାଭଦାୟକ ହେବ ।
ତାଲିବାନ ଶାସନ ସମୟରେ (୧୯୯୬-୨୦୦୧)ରେ ଭାରତ ତାଲିବାନ ସହିତ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ସ୍ଥାପନ କରିନଥିଲା । କିନ୍ତୁ ଭାରତ ତାଲିବାନ ବିରୋଧୀ ଗୋଷ୍ଠୀ, ଉତ୍ତର ଆଲାଏନ୍ସକୁ ସମର୍ଥନ କରିଥିଲା । ଏଠାରେ କହିରଖୁଛୁ ଯେ ୧୯୯୯ ମସିହାରେ ତାଲିବାନ ଇଣ୍ଡିଆ ଏୟାରଲାଇନ୍ସ ଫ୍ଲାଇଟ ୮୧୪ର ଅପହରଣକାରୀଙ୍କ ସହ ଆଲୋଚନାରେ ଭାରତକୁ ସାହାଯ୍ୟ କରିଥିଲା । ଯାହାକି ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ସାହାଯ୍ୟ କରିଥିଲା ।

- Advertisement -

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବହୁତ ଭଲ । ଭାରତ ଆଫଗାନିସ୍ତାନରୁ ବିପୁଳ ସାମଗ୍ରୀ କିଣୁଛି । ଯେପରିକି ଫଳ, ମସଲା, ଶୁଖିଲା ଫଳ ଏବଂ ପିଆଜ । ଏହାସହିତ ଡାଳିମ୍ବ, ଚେରି, ତରଭୁଜ ଏବଂ ତାଜା ଫଳ, ହିଙ୍ଗ, ଜିରା, କେସର ଭଳି ମସଲା ଏବଯ କିସମିସ୍‍, ଅଖରୋଟ, ବାଦାମ, ପିସ୍ତା ଏବଂ ଆପ୍ରିକଟ୍‍ ଭଳି ଶୁଖିଲା ଫଳ ମଧ୍ୟ ଆମଦାନୀ କରେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories