www.samajalive.in
Sunday, December 7, 2025
26.1 C
Bhubaneswar

ନର୍ସମାନେ ସେବା, ମାନବିକତାର ପ୍ରମାଣ ଦେଇଆସିଛନ୍ତି: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର:ତୃଣମୂଳସ୍ତରରୁ ଆରମ୍ଭ କରି ଜରୁରିକାଳୀନ ପରିସ୍ଥିତି ଯାଏ, ସବୁକ୍ଷେତ୍ରରେ ଆମ ନର୍ସମାନେ ସେବା ଓ ମାନବିକତାର ପ୍ରମାଣ ଦେଇଆସିଛନ୍ତି। ସୁସ୍ଥ ଓ ଶକ୍ତିଶାଳୀ ନସିଂ କାର୍ଯ୍ୟଶକ୍ତି ଏକ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣି କେୟାର ଇକୋନୋମି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୋମବାର ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ଦିବ୍ୟଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଶନର ଗୀତାଞ୍ଜଳି ସ୍କୁଲ’ ଆଣ୍ଡ କଲେଜ ଅଫ୍ ନସିଂର ବାର୍ଷିକ ଉତ୍ସବ ରେଳ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଗୀତାଞ୍ଜଳି ନସିଂ କଲେଜର ଛାତ୍ରୀଛାତ୍ରଙ୍କୁ ବହୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଓଜେଇଇ ଉପାଧ୍ୟକ୍ଷ ପ୍ରଫେସର ଡି. ଉମାକାନ୍ତ ଶତପଥୀ, ଶିକ୍ଷାବିତ୍ ଡ. ଶିବ ପ୍ରସାଦ ବେହେରା, ଦିବ୍ୟ ଗ୍ରୁପ୍ ଇନଷ୍ଟିଚ୍ୟୁଶନର ଆବାହକ ଆଶିଷ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

- Advertisement -

ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଅନୁଷ୍ଠାନର ପତ୍ରିକା ‘ସାଧନା’ ଉନ୍ମୋଚନ କରାଯାଇଥିଲା। ଦିବ୍ୟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଶନର ଅଧ୍ୟକ୍ଷ ଦିବ୍ୟଲୋଚନ ନାୟକ, ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ଏବଂ ଗୀତାଞ୍ଜଳିସ୍କୁଲ ଅଫ୍ ନର୍ସିଂର ସଭାପତି ବୈଜୟନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories