www.samajalive.in
Sunday, December 14, 2025
26.1 C
Bhubaneswar

ଏଣିକି ଷ୍ଟଣ୍ଟ୍ ପଡିବ ମହଙ୍ଗା, ଆସିପାରେ ନୂଆ ଆଇନ

ନୂଆଦିଲ୍ଲୀ : ବାଇକରେ ଏଣିକି ଷ୍ଟଣ୍ଟ ମାରିବା ପଡିବ ମହଙ୍ଗା । ଏହାକୁ ଏକ ଗୁରୁତର ଅପରାଧ ଭାବେ ଗଣାଯିବ । କର୍ଣ୍ଣାଟକ ହାଇକୋର୍ଟ ନିକଟରେ ଏନେଇ ଏକ କଡା ନିୟମ ଆଣିବା କଥା କହିଛନ୍ତି । କୋର୍ଟଙ୍କ କହିବାନୁସାରେ ନିୟମ କଡା ନଥିବାରୁ ଏହି ସମସ୍ୟା ବଢିବାରେ ଲାଗିଛି । କିଛି ଯୁବକ ନିଜ ଜୀବନକୁ ବିପଦରେ ପକାଇବା ସହ ରାସ୍ତାରେ ଯାତାୟତ କରୁଥିବା ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଜଷ୍ଟିସ୍ ଭି ଶ୍ରୀଶନନ୍ଦା ଏକ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି କି ମୋଟର ଭେଇକଲ ଆକ୍ଟ ଓ ଇଣ୍ଡିଆ ପିନଲ କୋଡର ବର୍ତ୍ତମାନର ଧାରା ଷ୍ଟଣ୍ଟକୁ ରୋକିବାରେ ବିଫଳ । ସେ ରାଜ୍ୟ ସରକାର ଏବଂ ପୁଲିସ ପ୍ରଶାସନକୁ ଅପିଲ କରିଛନ୍ତି କି ସେ କଡା ନିୟମ ପ୍ରସ୍ତୁତ କରନ୍ତୁ ଯାହା ଫଳରେ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିହେବ ।

ଯୁବକଙ୍କ ମଧ୍ୟରେ ବାଇକ ଷ୍ଟଣ୍ଟ କରିବା ଆଜିକାଲି ଏକ ଫ୍ୟାସନ ହୋଇଗଲାଣି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ବିପଜ୍ଜନକ । ଏହା କେବଳ ନିଜ ଜୀବନ ନୁହେଁ, ବରଂ ଅନ୍ୟମାନଙ୍କର ମଧ୍ୟ ମୃତ୍ୟୁର କାରଣ ହୋଇପାରେ । ପୂର୍ବରୁ ଏହା କେବଳ ସହରରେ ହେଉଥିଲା କିନ୍ତୁ ଏବେ ଏହି ସମସ୍ୟା ଗ୍ରାମାଞ୍ଚଳରେ ମଧ୍ୟ ବଢିବାରେ ଲାଗିଛି । କୌଣସି ନିର୍ଦ୍ଧାରିତ ରାଜ୍ୟ ନୁହେଁ, ସାରା ଦେଶରେ ଏବେ ଯୁବକମାନେ ଷ୍ଟଣ୍ଟ କରିବାରେ ଲାଗିପଡିଛନ୍ତି ।

- Advertisement -

ଘଟଣାରେ ଅରବାଜ ଖାନ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଖିଲା । ସେ ଲଗାତର ଷ୍ଟଣ୍ଟ ମାରୁଥିବା ସମୟରେ ଧରାପଡିଥିଲେ । ପୂର୍ବରୁ ମଧ୍ୟ ସେ ଏମିତି ମାମଲାରେ ଧରାପଡିଥିଲେ । କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏହା କେବଳ ଏକ ଟ୍ରାଫିକ୍ କେସ୍ ନୁହେଁ, ବରଂ ସାର୍ବଜନିନ ସୁରକ୍ଷା ସମ୍ପର୍କିତ ଏକ ଗମ୍ଭୀର ସମସ୍ୟା । ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ସ୍ପଷ୍ଟ କହିଛି କି ଏହି ମାମଲାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଦ୍ଦ ହେବ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories