www.samajalive.in
Saturday, December 13, 2025
21.1 C
Bhubaneswar

ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।

ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା ଈଶ୍ଵରଙ୍କ କୃପା ନୁହେଁ, ବରଂ ଏହା ପୁଣ୍ୟ ଅଟେ। ଆପଣ ଦେଖିଥିବେ ଭୁଲ କାମ କରୁଥିବା ଲୋକଙ୍କୁ ବି ବୈଭବ ମିଳିଥାଏ। ଏହା ତାଙ୍କର ପୂର୍ବ ଜନ୍ମର କୌଣସି ପୁଣ୍ୟ କାର୍ଯ୍ୟରୁ ହୋଇଥାଏ। ତେଣୁ ଧନପ୍ରାପ୍ତ ବା ଯଶକୁ କୃପା ବୋଲି ଭାବନ୍ତୁ ନାହିଁ। କୃପା ସେତେବେଳେ ମିଳିଥାଏ​‌ ଯେତେବେଳେ ମନୁଷ୍ୟର ଅନ୍ତରର ଚିନ୍ତନ ବଦଳିଥାଏ।

- Advertisement -

ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ଯେତେବେଳେ ଭଗବାନ କୃପା କରନ୍ତି, ସେତେବଳେ ସନ୍ଥଙ୍କ ସମାଗମ ହୋଇଥାଏ। ଏହା ବ୍ୟତୀତ କିଛି ବିପରୀତ ଦେଇଥାଆନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଇଥାଆନ୍ତି। ଯଦି ଆପଣଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଖିବାକୁ ମିଳେ, ତେବେ ବୁଝି ଯାଆନ୍ତୁ ଯେ ଈଶ୍ଵରଙ୍କ କୃପା ମିଳୁଛି। ତେଣୁ ଯେତେବେଳେ କୌଣସି କାମ ଆପଣଙ୍କ ମନ ମୁତାବକ ହେଉନାହିଁ ଏବଂ ଆପଣଙ୍କୁ କଷ୍ଟ ମିଳୁଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ହେଉଛି। ଆପଣଙ୍କୁ କେବଳ ଈଶ୍ଵରଙ୍କ ନାମ ଜପ କରନ୍ତୁ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories