www.samajalive.in
Sunday, December 14, 2025
23.1 C
Bhubaneswar

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ: ୬୦ ବର୍ଷରେ ୩ୟ ବିବାହ କରିବେ ଅଭିନେତା?

ମୁମ୍ବଇ: ୬୦ ବର୍ଷୀୟ ଆମିର ଖାନ୍‌ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆମିର ଦୁନିଆ ଆଗରେ ସ୍ଵୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍‌ଙ୍କୁ ଡେଟ୍‌ କରୁଛନ୍ତି। ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ ପ୍ରେମିକାଙ୍କ ସହ ସମୟ ଅତିବାହିତ କରୁଥିବା ନଜର ଆସିଛନ୍ତି। ନିକଟରେ ମାତୃ ଦିବସ ଅବସରରେ ଆମିର ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀଙ୍କୁ ନିଜ ମାଆ ଜୀନତ ହୁସୈନଙ୍କ ସହ ଭେଟ କରାଇଛନ୍ତି। ଏହି ସମୟରେ ଆମିରଙ୍କ ଭଉଣୀ ନିଖତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମାଆ ଓ ଭଉଣୀଙ୍କ ସହ ଆମିର ଖାନଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ୍‌ଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ମଦର୍ସ ଡେ’ ଅବସରରେ ସମସ୍ତେ ଏକାଠି ହସଖୁସି କରୁଥିବା ଦେଖିବାକୁ ମିିଳିଛି।

- Advertisement -

ଆମିରଙ୍କ ମାଆଙ୍କ ସହ ତାଙ୍କ ପ୍ରେମିକାଙ୍କୁ ଦେଖି ଏହା ସ୍ପଷ୍ଟ ହୋଇଛି ଯେ, ଗୌରୀଙ୍କ ସହ ଅଭିନେତାଙ୍କ ସମ୍ପର୍କକୁ ମାଆଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଛି। ଏଠାରେ ସୂଚନାଯୋଗ୍ୟ, ଆମିରଙ୍କ ଭଉଣୀ ପୂର୍ବରୁ ତାଙ୍କର ଓ ଗୌରୀଙ୍କ ସମ୍ପର୍କକୁ ମଞ୍ଜୁରୀ ଦେଇ ସାରିଛନ୍ତି। କିଛି ଦିନ ପୂର୍ବେ ଆମିର ତାଙ୍କ ପୁଅ ଜୁନୈଦ ଓ ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ନଜର ଆସିଥିଲେ। ଏଥିରୁ ସ୍ପଷ୍ଟ ଯେ, ଆମିରଙ୍କ ପୂରା ପରିବାର ତାଙ୍କର ଓ ଗୌରୀଙ୍କ ସମ୍ପର୍କକୁ ନେଇ ଖୁସି ଅଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories