www.samajalive.in
Tuesday, December 9, 2025
15.1 C
Bhubaneswar

୧୫ ଦିନ ମୃତ୍ୟୁ ସହିତ ସଂଗ୍ରାମ ; ଆଖି ବୁଜିଲେ ଯବାନଙ୍କ ପତ୍ନୀ,ସୀମାରେ ଯବାନ 

ବୁର୍ଲା: ଦେଶ ମାତୃକାର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ଜଣେ ଯବାନଙ୍କ ପତ୍ନୀ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମରେ ହାରି ଯାଇ ଯବାନ ଦେବରାଜ ଗଣ୍ଡଙ୍କ ପତ୍ନୀ ଜଶ୍ମିନ ଆଖି ବୁଜିଛନ୍ତି। ସେ ନିଜର ନବ ଜନ୍ମିତ ଶିଶୁକନ୍ୟାକୁ ଛାଡ଼ି ଯାଇଛନ୍ତି। ରାତ୍ରି ସମୟରେ ତାଙ୍କୁ ରକ୍ତ ଦିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେପଟେ ଉତ୍ତମ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ମହଲରେ ଆଲୋଚନା ହେଉଛି।
ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ସୁନ୍ଦରଗଡ ସୀମାବର୍ତ୍ତୀ ଟେଙ୍ଗନାମାଲ ଗାଁର ସୀମା ସୁରକ୍ଷା ବଳରେ କାର୍ଯ୍ୟରତ ଯବାନ ଦେବରାଜ ଗଣ୍ଡଙ୍କ ପତ୍ନୀ ଜଶ୍ମିନ ଗତ ଏପ୍ରିଲ ୨୮ ତାରିଖରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁକନ୍ୟାକୁ ଜନ୍ମ ଦେବାପରେ ହଠାତ ସେ ଗୁରୁତର ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏପ୍ରିଲ ୨୯ ତାରିଖରେ ତୁରନ୍ତ ତାଙ୍କୁ ବୁର୍ଲାର ଭିମସାର ସ୍ଥାନାନ୍ତରିତ କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ସୀମାରୁ ଡାକରା ପାଇ ପତ୍ନୀଙ୍କୁ ରୋଗ ଶଯ୍ୟାରେ ଛାଡ଼ି ଯବାନ ଦେବରାଜ ଗତ ଶନିବାର ଦେଶମାତୃକାର ସୁରକ୍ଷା ପାଇଁ କାର୍ଯ୍ୟରେ ଯୋଗ ଦେବାକୁ ତୁରନ୍ତ ଅରୁଣାଞ୍ଚଳ ପ୍ରଦେଶ ପ୍ରସ୍ଥାନ କରିଥିଲେ। ଉକ୍ତଦିନ ଭିମସାର ରକ୍ତ ଭଣ୍ଡାରରେ ରକ୍ତ ନ ଥିବାରୁ ଚିକିତ୍ସା ପାଇଁ ଆବଶ୍ୟକ ରକ୍ତ ଯୋଗାଡ଼ ପାଇଁ ଯବାନଙ୍କ ପରିବାରଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ବୋଲି ସେମାନେ କହିଛନ୍ତି। ପରେ କେତେକ ସ୍ବେଚ୍ଛାସେବୀ ତାଙ୍କ ପାଇଁ ରକ୍ତଦାନ କରିଥିଲେ।

ଦେଖନ୍ତୁ ଭିଡିଓ ; ଆଦାମପୁର ଏୟାରବେସ୍‌ରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟି କହିଲେ..

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories