www.samajalive.in
Saturday, December 6, 2025
23.1 C
Bhubaneswar

ଆତଙ୍କବାଦୀଙ୍କୁ ମୌଲବୀ କହୁଛି ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଅପରେସନ ‘ସିନ୍ଦୂର’ରେ ଭାରତର ଆକ୍ରମଣରେ ପାକିସ୍ତାନର ମୁରିଦକେଠାରେ ଥିବା ଆତଙ୍କବାଦୀ ଆଡ୍ଡା ଧୂଳିସାତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଆତଙ୍କବାଦୀର ଶେଷକୃତ୍ୟ ଉତ୍ସବରେ ନେତୃତ୍ଵ ନେଇଥିବା ଲଶ୍କର ଆତଙ୍କବାଦୀ ହାଫିଜ ଅବଦୁଲ ରୌଫକୁ ଜାତିସଂଘ ବିଶ୍ଵ ଆତଙ୍କବାଦୀ ଘୋଷଣା କରିଛି। ଭାରତ ପକ୍ଷରୁ ଶେଷକୃତ୍ୟ ଉତ୍ସବର ଫଟୋ ଏବଂ ଭିଡିଓ ଜାରି କରାଯାଇଥିବାବେଳେ ପାକିସ୍ତାନ ଏହାକୁ ମାନୁନାହିଁ। ରୌଫକୁ ମୌଲବୀ ବୋଲି କହିଛି ପାକିସ୍ତାନ।

ଗଣମାଧ୍ୟମକୁ ବିବୃତି ଦେବା ସମୟରେ ପାକିସ୍ତାନର ଡିଜି ଆଇଏସପିଆର ଳେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତର ଦାବିକୁ ଖଣ୍ଡନ କରିଛନ୍ତି। ହାଫିଜ ରୌଫ ଆତଙ୍କବାଦୀ ନୁହେଁ, ଜଣେ ସାଧାରଣ ନାଗରିକ ବୋଲି ଚୌଧୁରୀ ଦର୍ଶାଇଛନ୍ତି। ପାକିସ୍ତାନ ଦାବି କରିଛି ଯେ ମେ’ ୭ ଆକ୍ରମଣରେ କୌଣସି ଆତଙ୍କବାଦୀ ନୁହନ୍ତି, ବରଂ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଗୋଟିଏ ସତକୁ ଲୁଚାଇବାକୁ ଯାଇ ଏକାଧିକ ମିଛ ଜାଲରେ ଫସିଯାଉଛି। ଯଦି ସାଧାରଣ ବ୍ୟକ୍ତିର ଶେଷକୃତ୍ୟ ସମ୍ପନ୍ନ ହେଉଥାଏ, ତେବେ କପିନ ଉପରେ ଜାତୀୟ ପତାକାକୁ ସ୍ଥାନିତ କରାଯିବା ଏବଂ ଉତ୍ସବରେ ପାକିସ୍ତାନର ସେନା ଓ ପୁଲିସ ଅଧିକାରୀ ଉପସ୍ଥିତ ରହିବା କେତେଦୂର ଯୁକ୍ତି ସଙ୍ଗତ ବୋଲି ପ୍ରଶ୍ନ ଉଠୁଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories