www.samajalive.in
Saturday, December 13, 2025
26.1 C
Bhubaneswar

ସାଇକେଲରେ ଶ୍ୟାମପଦଙ୍କ ବିଶ୍ୱଶାନ୍ତି ଯାତ୍ରା

ପାଟଣା : ପଶ୍ଚିମବଙ୍ଗ ଦୁର୍ଗାପୁରର ଶ୍ୟାମପଦ ଶର୍ମା ନାମକ ଜଣେ ଉତ୍ସାହି ବ୍ୟକ୍ତି ବିଶ୍ୱଶାନ୍ତିର ବାର୍ତ୍ତା ନେଇ ସମଗ୍ର ଭାରତ ଭ୍ରମଣ କରୁଛନ୍ତି। ୨୦୦୭ ରୁ ଦୁର୍ଗାପୁରରୁ ବିଶ୍ୱଶାନ୍ତି ଯାତ୍ରା ଆରମ୍ଭ କରିଥିବା ଶ୍ୟାମପଦ ଇତି ମଧ୍ୟରେ ଭୁଟାନ, କନ୍ୟାକୁମାରୀ, ଲେହ ଲଦାଖ, ଅଗରତାଲା, ସିଲିଗୁଡି, ଶ୍ରୀନଗର,କାଠମାଣ୍ଡୁ ଆଦି ଅନେକ ପ୍ରମୁଖ ସ୍ଥାନ ସାଇକେଲରେ ବୁଲି ସାରିଲେଣି। ପ୍ରତ୍ୟହ ସେ ୫୦ ରୁ ୬୦ କିଲୋମିଟର ଯାତ୍ରା କରିବା ପରେ କୌଣସି ବଦାନ୍ୟ ବ୍ୟକ୍ତି ଅଥବା ଅନୁଷ୍ଠାନ ତାଙ୍କୁ ରାତ୍ର ରହଣି ପାଈଁ ଆଶ୍ରୟ ଦେଲେ ସେ ସେଠାରେ ବିଶ୍ରାମ ନେଇ ଥାନ୍ତି। ଜଣେ ଭଦ୍ର ଶାନ୍ତ ଓ ସରଳ ବ୍ୟକ୍ତିତ୍ୱର ଶ୍ୟାମପଦ ଇତି ମଧ୍ୟରେ ଭାରତର ସମସ୍ତ ରାଜ୍ୟ ସାଇକେଲରେ ପରିଭ୍ରମଣ କରି ସାରିଥିବାବେଳେ କେବଳ ତାଙ୍କର ଗୁଜୁରାଟ ରାଜ୍ୟ ଭ୍ରମଣ ବାକି ରହିଛି। ଜାତୀୟ ରାଜପଥ ୪୯ ନଂ ରେ ସେ ଆସୁଥିବା ସମୟରେ ଗତକାଲି ତୁରୁମୁଙ୍ଗାର ପ୍ରଭାତ କୁମାର ସାହୁ ତାଙ୍କୁ ଆତିଥେୟତା ପ୍ରଦାନ କରିଥିବା ବେଳେ ସେ ଯୁଦ୍ଧ ନୁହେଁ ଶାନ୍ତି ଓ ବାସୁଦେବେଇ କୁଟୁମ୍ବକମର ବାର୍ତ୍ତା ନେଇ ବିଶ୍ୱଶାନ୍ତି ଯାତ୍ରା ଆରମ୍ଭ କରିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories