www.samajalive.in
Saturday, December 13, 2025
26.1 C
Bhubaneswar

ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ଓଡିଶା ଫୁଟବଲ ଆସୋସିଏସନ ଓ ଜିଲା କ୍ରୀଡା ସଂଘ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଗ୍ରୀଷ୍ମ କାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଏହି ଶିବିର ଆଗାମୀ ଜୁନ ୧୫ ପର୍ଯ୍ୟନ୍ତ ଜାରି ରହିବ। ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବର୍ଗରେ ସମୁଦାୟ ୯୦ ଖେଳାଳି ସାମିଲ ହୋଇ ଫୁଟବଲ ପ୍ରଶିକ୍ଷଣ ନେଉଛନ୍ତି।

ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସୋମବାର ସ୍ୱତନ୍ତ୍ର ଜର୍ସି ବଣ୍ଟନ କରାଯାଇଛି। ଶିବିର ପାଇଁ ଓଡିଶା ଫୁଟବଲ ଆସୋସିଏସନ ତରଫରୁ ୪୦ଟି ଜର୍ସି ପ୍ରଦାନ କରାଯାଇଥିବା ବେଳେ ଜିଲା କ୍ରୀଡା ସଂଘର କ୍ରୀଡ଼ା ସଚିବ ଅବିନାଶ ନନ୍ଦ, ଫୁଟବଲ ସଚିବ ଅବଦୁଲ ଗଫାର, ପ୍ରବଣୀ ସିଂଦେଓ ଏବଂ କ୍ରିଷ୍ଣା ଶତପଥୀ ପ୍ରମୁଖଙ୍କ ସହଯୋଗରେ ଆହୁରି ୫୦ଟି ଜର୍ସି ବଣ୍ଟନ କରାଯାଇଛି। ଏହି ଅବସରରେ ଜିଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁ, ରାଜେଶ ସେଟ, ସୁବୋଧ ସାହୁ, ରତିକାନ୍ତ ମହାନ୍ତି, ଶାନ୍ତନୁ ନନ୍ଦ, ପଦ୍ମନାଭ ନାଏକ, ମନୋଜ ଭୋଇ, ବି. ଝାଙ୍କ ସମେତ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories