www.samajalive.in
Sunday, December 14, 2025
26.1 C
Bhubaneswar

୨୪ ଘଣ୍ଟିଆ ପିଇବା ପାଣି ବ୍ୟବସ୍ଥା ଆଣ୍ଠେଇଛି, ମାସିକ ଜଳକର ଆଦାୟ ସତ୍ତ୍ଵେ ପିଇବା ପାଣି ପାଇଁ ଡହଳ ବିକଳ ଗୋପାଳପୁରବାସୀ

ଗୋପାଳପୁର: ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ଗତ ବିଜେଡ଼ି ସରକାର ସମୟରେ ପୁରୀ ସହର ପରେ ଗୋପାଳପୁର ଦ୍ବିତୀୟ ସହର ଭାବେ ଯେଉଁଠାରେ ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ପିଇବା ପାଣି ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏଠାରେ ମାତ୍ର କିଛି ମାସର ବ୍ୟବଧାନ ପରେ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ଆଣ୍ଠେଇ ଯାଇଥିବା ଦେଖିବାକୁ ମିଳିଥିଲା। ଏବେ ଏଠାରେ ଅନେକ ସମୟରେ ଅଞ୍ଚଳବାସୀ ଗୋଟିଏରୁ ଦୁଇଦିନ ମଧ୍ୟ ଟୋପାଏ ପାଣି ପାଉନଥିବାର ନଜିର ରହି ଆସିଛି।
ଗୋପାଳପୁର ଏନ ଏ ସି ଅଞ୍ଚଳରେ ଜଳଯୋଗାଣର ସୁବ୍ୟବସ୍ଥା କରିବା ନିମନ୍ତେ ଜନ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିଥିବା ବେଳେ ବିଗତ ସରକାର ସମୟରେ  ଗତ ୨୦୨୨ ମସିହା ଡ଼ିସେମ୍ବର ୨୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୫.୫୦ କୋଟି ବ୍ୟୟରେ ଗୋପାଳପୁରର ଜନସାଧାରଣଙ୍କୁ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କରିଥିଲେ। ଏହା ସହ ଓ୍ବାଟୋକକୁ ଏହାର ରକ୍ଷଣାବେକ୍ଷଣ ସହ ଜଳଯୋଗାଣର ସୁବ୍ୟବସ୍ଥା ପରିଚାଳନା ଦାୟିତ୍ଵ ପ୍ରଦାନ କରାଯାଇଥିଲା।
ଏହି କ୍ରମରେ ଗୋପାଳପୁର ଏନଏସିକୁ ବଡମାଧପୁରରୁ ପାଇପ ଯୋଗେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦୁଃଖର କଥା ଏହା ମଧ୍ୟରେ ଏହି ଜଳଯୋଗାଣ ବ୍ୟବସ୍ଥା କେବଳ ୨ ବର୍ଷ ୪ ମାସ ବିତିଥିବା ବେଳେ ଏବେ ଗୋପାଳପୁରବାସୀଙ୍କୁ ୨୪ ଘଣ୍ଟିଆ ଜଳ ପାଇବା ସାତ ସପନ ହୋଇଥିବା ବେଳେ ଦିନକୁ ୨ ଘଣ୍ଟା ଜଳ ପାଇବା କଷ୍ଟକର ହୋଇଯାଇଛି।
ଗୋପାଳପୁର ସହରର ଜଳ ପରିଚାଳନା ନିମନ୍ତେ ଏକ କାର୍ଯ୍ୟାଳୟ କାମ କରିବା ସହ ଜଣେ କନିଷ୍ଠ ଯନ୍ତ୍ରୀ, ପମ୍ପ ଅପରେଟର ସମେତ ଅନ୍ୟାନ୍ୟ କର୍ମଚାରୀ କୁ ମିଶାଇ ୯ ଜଣ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଅନେକ ସମୟରେ ଜଳଯୋଗାଣ ବ୍ୟାହାତ ହେଲେ ସମସ୍ତ କର୍ମଚାରୀ ଯେମିତି ହାତବାନ୍ଧି ବସି ରହୁଥିବା ଦେଖିବାକୁ ମିଳିଛି।
ଗୋପାଳପୁରବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ରହିଥିବା ବେଳେ ଘଟଣା ନେଇ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିବାରୁ କଳିଆବାଲି ଠାରେ ପମ୍ପ ସେଟ୍ ଖରାପ ହୋଇ ଯାଇଥିବାରୁ ପିଇବା ପାଣି ଟେପରେ ଆସିବ ନାହିଁ ବୋଲି ଉତ୍ତର ମିଳିଥିଲା।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories