www.samajalive.in
Saturday, December 13, 2025
21.1 C
Bhubaneswar

ଆମେରିକାକୁ ମୋଦୀଙ୍କ ଚରମବାଣୀ- ଯଦି ପାକିସ୍ତାନ କିଛି କରେ, ତେବେ ଜବାବ ବିଧ୍ବଂସକାରୀ ହେବ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବ ପରେ ଭାରତକୁ ଅପରେସନ ‘ସିନ୍ଦୂର’ ସ୍ଥଗିତ ରଖିବାକୁ ପଡ଼ିଛି। ଏ କ୍ଷେତ୍ରରେ ଆମେରିକାର ଦୋମୁହାଁ ନୀତି ବି ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତକୁ ଆତଙ୍କବାଦ ବିରୋଧୀ ଅଭିଯାନରେ ସମର୍ଥନ କରି ଓହରିଯିବା ଏବଂ ଅନ୍ୟପଟେ ପରୋକ୍ଷ ହସ୍ତକ୍ଷେପ ଦ୍ଵାରା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଜରିଆରେ ପାକିସ୍ତାନକୁ ଋଣ ଯୋଗାଇବା ଭଳି କାର୍ଯ୍ୟ ଆମେରିକାର ଅସଲ ଚେହେରାକୁ ପଦାରେ ପକାଇଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ଚରମ ବାର୍ତ୍ତା ଶୁଣାଇଛନ୍ତି।

ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରକାର ଚରମ ନିଷ୍ପତ୍ତି ଶୁଣାଇଛନ୍ତି। ଯଦି ପାକିସ୍ତାନ କିଛି କରେ, ତେବେ ଏହାର ଜବାବ ଅତ୍ୟନ୍ତ ବିଧ୍ବଂସକାରୀ ହେବ ବୋଲି ମୋଦୀ ଭାନ୍ସଙ୍କୁ କହିଛନ୍ତି। ଆମେରିକାର ଦୋମୁହାଁ ନୀତିକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ଏଭଳି କହିଥିବା କୁହାଯାଉଛି। କାରଣ ପହଲଗାଓଁ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଭାରତର ଆତଙ୍କବାଦ ବିରୋଧୀ ଯୁଦ୍ଧକୁ ଆମେରିକା ସମର୍ଥନ କରୁଛି। କିନ୍ତୁ ଅପରେସନ ‘ସିନ୍ଦୂର’ ଆରମ୍ଭ ହେବା ପରେ ଟ୍ରମ୍ପ ଉତ୍ତେଜନା ହ୍ରାସ ପାଇଁ ବାରମ୍ବାର ମତ ଦେଇଥିଲେ। ଉପରାଷ୍ଟ୍ରପତି ଭାନ୍ସ ପ୍ରଥମେ ଟ୍ରମ୍ପଙ୍କ ମତକୁ ଦୋହରାଇଥିଲେ। କିନ୍ତୁ ଭାରତର ଆକ୍ରମଣ ଜୋରଦାର ହେବା ପରେ ସେ ନିଜର ମତ ବଦଳାଇ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା କୌଣସି ହସ୍ତକ୍ଷେପ କରିବ ନାହିଁ କି ଏହାର କିଛି ନେଣ ଦେଣ ନାହିଁ ବୋଲି କହିଥିଲେ, ଯାହା ଆମେରିକାର ଦୋମୁହାଁ ନୀତିକୁ ସ୍ପଷ୍ଟ କରିଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories