www.samajalive.in
Saturday, December 13, 2025
14.1 C
Bhubaneswar

ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ

ଗୁଣୁପୁର: ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିର କମ୍ପ୍ୟୁଟର ଲ୍ୟାବରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷରେ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିର କର୍ତ୍ତୃପକ୍ଷ ଏବଂ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ବୈାଷୟିକ ବିଶ୍ବ ବିଦ୍ୟାଳୟର କମ୍ପୁଟର ଲ୍ୟାବରେ ଭୟାବହ ଅଗ୍ନି କାଣ୍ଡ ଘଟିଛି। ନିଆକୁ ଆୟତ କରିଛି ଗୁଣୁପୁର ଦମକଳ ବାହିନୀ। ଓଜେଇ ମେନ୍ ପରୀକ୍ଷା ସରିବା ପାଇଁ ୨୦ ମିନିଟ୍ ସମୟ ଥିଲା। ନିଆଁ ଲାଗିବାରୁ ପରୀକ୍ଷା ବନ୍ଦ ହୋଇଥିଲା। ନିଆଁ ଲାଗିବା କାରଣ ଅଷ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ବୋଲି ବିଶ୍ବବିଦ୍ୟାଳୟର ରେଜିଷ୍ଟର ଏନ୍ ଭି ଜେ ରାଓ ଓ ଅଗ୍ନିଶମ ବିଭାଗରର ଅଧିକାରୀ ପ୍ରକାଶ କରିଛନ୍ତି।
ପାଖାପାଖି ୧୪୦ ରୁ ଅଧିକ କମ୍ପ୍ୟୁଟର, ଏଲସିଡି, ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଥିବା ସାମଗ୍ରୀଗୁଡ଼ିକର ଆନୁମାନିକ ମୁଲ୍ୟ ୧ କୋଟିରୁ ଅଧିକ ଟଙ୍କା ବୋଲି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଜଣେ ବୟସ୍କ ଲୋକ କୋଠାରେ ଫସି ରହିଥିବା ବେଳେ ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ବୋଲି ଅଗ୍ନିଶମ ବାହିନୀର ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories