www.samajalive.in
Friday, December 12, 2025
15.1 C
Bhubaneswar

ଆକ୍ରମଣ ପାଇଁ ବେସାମରିକ ବିମାନ ବ୍ୟବହାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମା  ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିବା ଆକ୍ରମଣ ପାଇଁ ବେସାମରିକ ବିମାନ ବ୍ୟବହାର କରୁଛି। ଏହି ଆକ୍ରମଣରେ କିଛି ଭାରତୀୟ ଯବାନ ଆହତ ହୋଇଛନ୍ତି। ମେ’ ୮-୯ ତାରିଖରେ ପାକିସ୍ତାନ ଏକାଧିକ ସ୍ଥାନରେ ଆକ୍ରମଣ କରିଛି। ଭାରତର ପାଲଟା ଆକ୍ରମଣରେ ପାକିସ୍ତାନ ସେନାର ବ୍ୟାପକ କ୍ଷତି ହୋଇଛି। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରିଛି। ପାକିସ୍ତାନ ତୁର୍କି ନିର୍ମିତ ଡ୍ରୋନ ବ୍ୟବହାର କରୁଛି। ପଶ୍ଚିମ ଭାରତର ୨୬ଟି ସ୍ଥାନରେ ତୁର୍କୀ ଡ୍ରୋନରେ ଆକ୍ରମଣ କରିଛି। ଭାରତୀୟ ସେନାର ଜବାବରେ ପାକିସ୍ତାନୀ ସେନାର ବଡ଼ କ୍ଷତି ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଧାର୍ମିକ ଅନୁଷ୍ଠାନ ଉପରେ ପାକିସ୍ତାନ ଆକ୍ରମଣ କରୁଛି। ଏକ ଖ୍ରୀଷ୍ଟିଆନ ସ୍କୁଲକୁ ପାକିସ୍ତାନ ଟାର୍ଗେଟ କରିଥିଲା, ଯେଉଁଥିରେ ୨ଜଣ ପ୍ରାଣ ହରାଇଛନ୍ତି ବୋଲି ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି ପ୍ରକାଶ କରିଛନ୍ତି। କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ କହିଥିଲେ ଯେ ଆମ ସୈନ୍ୟ ଠିକଣାକୁ ଟାର୍ଗେଟ କରିଛି ପାକିସ୍ତାନ।

- Advertisement -

ଏଲଓସିରେ ପାକିସ୍ତାନ ଗୁଳି ବର୍ଷଣ କରିଛି। ପାକିସ୍ତାନର ଆକ୍ରମଣକୁ ଭାରତ ପଣ୍ଡ କରଦେଇଛି। ଗତ ରାତିରେ ପାକିସ୍ତାନ ସେନା ସୀମାରେ କରିଥିଲା ଆକ୍ରମଣ। ବାୟୁ ସୀମାରେ ପଶି ଡ୍ରୋନ ଆକ୍ରମଣ କରିଥିଲା ପାକ୍‌‌। ତୁର୍କି ନିର୍ମିତ ଡ୍ରୋନରେ ଆକ୍ରମଣ ଉଦ୍ୟ କରିଥିଲା ପାକ। ବାୟୁ ସୀମାରେ ପଶି ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ ବୋଲି ଅପରେସନ ‘ସିନ୍ଦୂର’କୁ ନେଇ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେମାନେ ପ୍ରକାଶ କରିଛନ୍ତି।

ପାକିସ୍ତାନ ଷଡଯନ୍ତ୍ର କରି ଭାରତ  ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇପକାଇଛି । ଖସିପଡିଥିବା ପାକ୍ ଡ୍ରୋନଗୁଡିକର ଭଗ୍ନାଂଶକୁଡିକର  ଫରେନ୍ସିକ ଯାଞ୍ଚ କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories