www.samajalive.in
Friday, December 12, 2025
17.1 C
Bhubaneswar

ପାକିସ୍ତାନ ସେନାରେ ବିଦ୍ରୋହ, ସେନା ମୁଖ୍ୟ ଅସୀମ ମୁନୀର ଗିରଫ ସୂଚନା

ଡେସ୍କ: ପାକିସ୍ତାନ ଉପରେ ଭାରତ ପକ୍ଷରୁ ପାଲଟା ଆକ୍ରମଣ ଚାଲିଥିବା ବେଳେ ସେଠାକାର ସେନାମୁଖ୍ୟଙ୍କ ଭୂମିକାକୁ ନେଇ ସେନାରେ ବିଦ୍ରୋହ ଆରମ୍ଭ ହୋଇଛି। କେତେକ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରାଯାଇଛି। ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟି ଜେନେରାଲ ସାହିର ଶମଶାଦ ମିର୍ଜା ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରିଥିବା କୁହାଯାଇଛି। ମୁନୀରଙ୍କୁ କୌଣସି ଅଜଣା ସ୍ଥାନକୁ ନିଆଯାଇଛି ବୋଲି କୁହାଯାଇଛି। ଜେନେରାଲ ମିର୍ଜା ସେନା ଦାୟିତ୍ୱ ନେଇଥିବା ମଧ୍ୟ କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିନାହିଁ।

ଭାରତ ପକ୍ଷରୁ ଆକ୍ରମଣ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କବାସଭବନ ଠାରୁ ୨୦ କିମି ଦୂରରେ ବିସ୍ଫୋରଣ ଘଟିଛି। ଇତି ମଧ୍ୟରେ ଭାରତ ଦୁଇ ଜଣ ପାକିସ୍ତାନୀ ପାଇଲଟଙ୍କୁ ଅକ୍ତିଆରକୁ ନେଇଛି। ଜଣେ ପାଇଲଟକୁ ରାଜସ୍ଥାନର ଜୈସଲମିର ଓ ଅନ୍ୟ ଜଣେ ପାଇଲଟକୁ ଅଖନୁରରୁ ଧରାଯାଇଛି। ଉଭୟ ପାଇଲଟ ଯୁଦ୍ଧ ଜାହାଜ ଉଡାଇ ଭାରତୀୟ ସୀମା ମଧ୍ୟକୁ ଆସି ଆକ୍ରମଣ କରୁଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories