www.samajalive.in
Sunday, December 14, 2025
16.1 C
Bhubaneswar

ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: କିଟ୍‌ରେ ପହଞ୍ଚିଲା ଅଖିଳ ଭାରତ ନେପାଳୀ ଏକତା ମଞ୍ଚ

ଭୁବନେଶ୍ଵର: କିଟ୍‌ରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ବିଶ୍ବ ବିଦ୍ୟାଳୟରେ ପହଞ୍ଚିଛନ୍ତି ମୂଳପ୍ରଭା ଅଖିଳ ଭାରତ ନେପାଳୀ ଏକତା ମଞ୍ଚ ପୂର୍ବାଞ୍ଚଳ ଆଞ୍ଚଳିକ କମିଟି। କମିଟିର ସଭାପତି ହେମ୍ କୁମାର ଥାପ୍ପା ଶୁକ୍ରବାର ପର୍ବାହ୍ନରେ କିଟ୍ ବିଶ୍ବବିଦ୍ୟାଳୟର କୂଳପତିଙ୍କୁ ଭେଟିଛନ୍ତି। କେବଳ କିଟ୍‌ରେ କାହିଁକି ନେପାଳୀ ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ସେ ନେଇ କମିଟି ଉଦବେଗ ପ୍ରକାଶ କରିଛି। ଦୁଇ ମାସରେ ଦୁଇ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ସାଧାରଣ କଥା ନୁହେଁ। କାହିଁକି ନେପାଳୀ ଛାତ୍ରୀ ମାତ୍ରାଧିକ ଚାପଗ୍ରସ୍ତ ହେଉଛନ୍ତି, ଏହା ପଛର କାରଣ କ’ଣ? ମାନସିକ, ଶାରୀରିକ ନା ଆର୍ଥିକ ଚାପ ରହୁଛି ଏହା ପଛରେ? କିଏ ଦାୟୀ? ନିଜ ଘରଠାରୁ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ଛାତ୍ରୀ ଯଦି ଚାପଗ୍ରସ୍ତ ହେଉଛନ୍ତି, ତାହେଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ’ଣ ପାଇଁ ବ୍ୟକ୍ତିଗତସ୍ତରରେ କାଉନସେଲିଂ କରୁ ନାହାନ୍ତି, ସେନେଇ ପ୍ରଶ୍ନ କରିଛନ୍ତି। ଯେହେତୁ ଛାତ୍ରଛାତ୍ରୀ ଏଠାରେ ରହୁଛନ୍ତି, ପାଠ ପଢୁଛନ୍ତି ତେଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହିଁ ସେମାନଙ୍କର ସ୍ଥାନୀୟ ଅଭିଭାବକ ହେବା କଥା। କିନ୍ତୁ ସେପରି ହେଉ ନଥିବା ନେପାଳୀ ଏକତା କମିଟି ସନ୍ଦେହ କରୁଛି। ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଗୁରୁତ୍ବ ଦେବାକୁ କମିଟି ଦାବି କରିଛି।

ସୂଚନାଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳର ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories