www.samajalive.in
Monday, December 8, 2025
24.1 C
Bhubaneswar

୧୦ ବର୍ଷର ଦନ୍ତାହାତୀ ମୃତ ; କାରଣ ଅସ୍ପଷ୍ଟ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳର ଶାଳଚୁଆ ନିକଟରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଏସିଏଫ ମଦନମୋହନ ମହାନ୍ତ, ରେଞ୍ଜର ରବିନ୍ଦ୍ର ମହାନ୍ତ ସମେତ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ହାତୀ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ହାତୀର ବୟସ ପାଖାପାଖି ୧୦ ବର୍ଷ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀଟିର ମୃତ୍ୟୁ କେଉଁ କାରଣରୁ ଘଟିଛି, ସେନେଇ ଅଧିକ ତଦନ୍ତ ପାଇଁ ମେଡ଼ିକାଲ ଟିମ ପହଞ୍ଚିବା ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

https://samajalive.in/akshaya-tritiya-2025-what-to-buy-according-to-zodiac/654242.html

- Advertisement -

ସୂଚନାନୁଯାୟୀ, ଆଜି ସକାଳ ୭ ଘଟିକା ସମୟରେ ଶାଳଚୁଆ ଗ୍ରାମ ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ଦନ୍ତାହାତୀଟି ଗାଧୋଇବା ପରେ ନିକଟ ଜଙ୍ଗଲକୁ ଯାଇଥିଲା। କିଛି ସମୟ ପରେ ହାତୀ ମୃତ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜର ରବୀନ୍ଦ୍ର ମହାନ୍ତ ପହଞ୍ଚି ହାତୀଟି ମୃତ୍ୟୁ ବରଣ କରିଥିବା ଜାଣି ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କୁ ଖବର ଦେଇଥିଲେ। ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ସମେତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଶନି କଲେ ନକ୍ଷତ୍ର ପରିବର୍ତ୍ତନ : ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଚାକିରି, କିଏ ହେବେ ମାଲାମାଲ୍‌..

ମେ’ ୨ଯାଏଁ କାଳବୈଶାଖୀ ବର୍ଷା; ଆଜି ଏହି ଜିଲାରେ ବର୍ଷିବ

ଅଡି କାର୍‌ରେ କ୍ଷୀର ବ୍ୟବସାୟ କରନ୍ତି ଏହି ଯୁବକ; ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ..

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories