www.samajalive.in
Sunday, December 14, 2025
26.1 C
Bhubaneswar

ପହଲଗାମ୍‌ ଆକ୍ରମଣ ପରେ ଆଉ ଏକ ଆକ୍ରମଣର ଆଶଙ୍କା; ସତର୍କ କଲା ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସାରା ଦେଶ ମର୍ମାହତ ହୋଇଛି । ମାତ୍ର ଏବେ ମଧ୍ୟ ବିପଦ ଟଳି ନାହିଁ। ପହଲଗାମ୍‌ ଆକ୍ରମଣ ପରେ ଆଉ ଏକ ଆକ୍ରମଣ କରାଯିବା ନେଇ ଆଶଙ୍କା କରାଯାଉଛି। ଗୁଇନ୍ଦା ସଂସ୍ଥାର ସତର୍କ ସୂଚନା ଅନୁଯାୟୀ, ଲସ୍କର-ଏ-ତୋଇବାର ବିପଦପୂର୍ଣ୍ଣ ମଡ୍ୟୁଲ୍‌କୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏମାନେ ପୁଣି ଥରେ କାଶ୍ମୀରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥର ମଧ୍ୟ ସେମାନେ ଟାର୍ଗେଟ କିଲିଂ ସହିତ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି।
ଦକ୍ଷିଣ କାଶ୍ମୀର ଏମାନଙ୍କ ଟାର୍ଗେଟରେ ରହିଛି। ଏଥର ମଧ୍ୟ ଆଙ୍କତୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ପାରନ୍ତି । ଏପରି ପରିସ୍ଥିତିରେ, ପର୍ଯ୍ୟଟନ ସ୍ଥଳଗୁଡ଼ିକର ସୁରକ୍ଷା ବୃଦ୍ଧି କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ କୁହାଯାଇଛି। ପୁଣି ଥରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟ ରହିବାକୁ କୁହାଯାଇଛି।

ସମଗ୍ର ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀମାନେ ଦୃଶ୍ୟମାନ ହେଉଛନ୍ତି। ସର୍ଚ୍ଚ ଅପରେସନ୍ ଚାଲିଛି। ଏହି ସମୟରେ, ସେନା ଅନେକ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି, ସେଠାରୁ ସନ୍ଦେହଜନକ ସାମଗ୍ରୀ ମଧ୍ୟ ମିଳିଥିଲା।

- Advertisement -

୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଏଥିରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସଂଖ୍ୟା ପାଞ୍ଚରୁ ସାତ ହୋଇପାରେ। ଅଧିକାରୀମାନେ କହିଛନ୍ତି ଯେ ସେମାନେ ପାକିସ୍ତାନରେ ତାଲିମପ୍ରାପ୍ତ ଅତି କମରେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କଠାରୁ ସହାୟତା ପାଇଛନ୍ତି।

ଆଉ ଅଳ୍ପ ଦିନ.. ଶନିଙ୍କ ଓଲଟା ଚଳନ ସହ ବୃହସ୍ପତି ଚଳନ; ଏହି ରାଶି କିଣିବେ ନୂଆ ଘର,ଭୂମି, ବଢିବ ଦରମା, ହେବେ ଧନୀ..

ଦେଖନ୍ତୁ ଭିଡିଓ; ଗଛ ଉପରେ ହୋଇଛି କାର୍‌ ପାର୍କିଂ..

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories