www.samajalive.in
Sunday, December 14, 2025
23.1 C
Bhubaneswar

ଜମ୍ମକାଶ୍ମୀର ପହଲାଗାମରେ ଆତଙ୍କୀବାଦୀଙ୍କ ଦ୍ଵାରା କରାଯାଇଥିବା ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ

କଣ୍ଟାବାଞ୍ଜିତା : ଜାମ୍ମୁକଶ୍ମୀର ପହଲାଗାମରେ ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କ ବର୍ବର ହତ୍ୟାକାଣ୍ଡକୁ ନେଇ ସାରା ଭାରତ ବର୍ଷରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ କଣ୍ଟାବାଞ୍ଜିରେ ମଧ୍ୟ ବିଭିନ୍ନ ସଙ୍ଗଠନ ଓ କମିଟି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।
କଣ୍ଟାବାଞ୍ଜି ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଶ୍ରୀରାମମନ୍ଦିର ସମ୍ମୁଖରୁ ଏକ ପ୍ରତିବାଦ ଶୋଭାଯାତ୍ରା ସ୍ଥାନୀୟ ଇନ୍ଦ୍ରିରା ଛକ, ଶାସ୍ତ୍ରୀ ଛକ ଓ ସହରର ମୁଖ୍ୟ ମାର୍ଗ ଦେଇ ପୁଣି ମନ୍ଦିରକୁ ଯାଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ କମିଟିର କର୍ମକର୍ତ୍ତା ମାନେ ସମବେଦନା ଜଣାଇଥିଲେ।
ପରେ ଇସ୍ଲାମିକ ଆତଙ୍କୀବାଦୀ ମାନଙ୍କ ଏହି ରାଜ ଚାଲିବ ନାହିଁ ବୋଲି ନାରା ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ଵହିନ୍ଦୁ ପରିଷଦ ସମେତ ଅନ୍ୟ ଯୁବ ଗୋଷ୍ଠୀ ସାମିଲ ଥିଲେ। ଏହି ଶୋଭାଯାତ୍ରାରେ ନିଶିକାନ୍ତ ମହାପାତ୍ର, ବିବେକ ଶର୍ମା, ବିକାଶ ମେହେର,ତିରଥ ସିଂ ଠାକୁର, ଜଗନ୍ନାଥ ନାଗ,ବେଦ ବ୍ୟାସ ନାଗ,ସୁମିତ ଶର୍ମା, ଦେବରାଜ ଯାଦବ,ଯୁଗଳ କିଶୋର ଖଣ୍ଡେଲୱାଲ, ମାଙ୍ଗେରାମ ଅଗ୍ରୱାଲ,ପ୍ରଦୀପ ବାଗ, ଘାସିରାମ ଜୈନ,ଛୋଟୁ ବେହେରା, ସୁରେଶ ମିଶ୍ର, ଇକୁ ବେହେରାଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories