www.samajalive.in
Saturday, December 6, 2025
26.1 C
Bhubaneswar

ଜନ୍ମମାଟି ଈଶାଣୀରେ ପହଞ୍ଚିଲା ପ୍ରଶାନ୍ତଙ୍କ ମରଶରୀର

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ପହେଲଗାଓଁରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ଶତପଥୀଙ୍କ ମରଶରୀର ଗୁରୁବାର ଭୋର ସମୟରେ ଜନ୍ମମାଟି ବାଲେଶ୍ଵର ଜିଲାର ଈଶାଣୀ ଗ୍ରାମରେ ପହଞ୍ଚିଛି। ଏହା ପରେ ପ୍ରଶାନ୍ତଙ୍କ ପରିବାର, ବନ୍ଧୁ ପରିଜନ ଏବଂ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ଗାଁ ଫାଟିପଡ଼ିଛି। ଶୋକାକୂଳ ପରିବେଶ ମଧ୍ୟରେ ପ୍ରଶାନ୍ତଙ୍କୁ ଅନ୍ତିମ ବିଦାୟ ଦିଆଯିବ।

ବୁଧବାର ବିଳମ୍ବିତ ରାତିରେ ମରଶରୀର ନୂଆଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଗୃହ ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ ଏବଂ ବିଭିନ୍ନ ଦଳର ରାଜନେତା ପହଞ୍ଚି ମରଶରୀରରେ ପୁ​ଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସେଠାରୁ ଜନ୍ମମାଟି ଅଭିମୁଖେ ମରଶରୀରକୁ ନିଆଯାଇଥିଲା। ସୂଚନାଯୋଗ୍ୟ, ପ୍ରଶାନ୍ତ ନିଜ ପତ୍ନୀ ଏବଂ ପୁଅ ସହିତ ପହେଲଗାଓଁ ବୁଲିବାକୁ ଯାଇଥିବା ସମୟରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories