www.samajalive.in
Saturday, December 13, 2025
26.1 C
Bhubaneswar

୩୮ ଲକ୍ଷ ଠକେଇ, ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର ସଦର: କେନ୍ଦୁଝର ସାଇବର ପୁଲିସ ଭୁବନେଶ୍ୱର ପୁଲିସ ସହାୟତାରେ ଦୁଇଜଣ ସାଇବର ଠକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଏଟିଏମ କାର୍ଡ ଓ ବିଭିନ୍ନ ବ୍ୟାଙ୍କର ଚେକ ବହି ଜବତ କରିଛନ୍ତି। କେନ୍ଦୁଝର ପୁଲିସ ମୁଖ୍ୟାଳୟର ସାଇବର ଶାଖା ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଅଂଚଳର ପ୍ରଦୀପ କୁମାର ଦୁବେଙ୍କ ନିକଟରୁ ବ୍ୟବସାୟ ପାଇଁ ଭୁବନେଶ୍ୱର ଲୁମ୍ବିନୀ ବିହାରର ବିଶ୍ଵପ୍ରକାଶ ମହାପାତ୍ର (୪୭) ଓ ଚୌଦ୍ୱାରର ସ୍ନେହାଶିଷ ବଳ(୪୭) ଭିନ୍ନ ଭିନ୍ନ ସମୟରେ ୩୮ଲକ୍ଷ ୮୮ହଜାର ଟଙ୍କା ନେଇଥିଲେ। ପ୍ରତିଶ୍ରୁତି ମୁତାବକ ଟଙ୍କା ନ ଫେରାଇବାରୁ ପ୍ରଦୀପ ବଡ଼ବିଲ ଥାନାରେ ଏକ ଏତଲା ଦେଇଥିଲେ। ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଶାଖା ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା। ଗତ କିଛି ଦିନ ତଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ବୁଧବାର ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କର ପାସ ବୁକ୍‌, ଚେକ ବୁକ, ଏଟିଏମ କାର୍ଡ ଜବତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories