www.samajalive.in
Saturday, December 13, 2025
21.1 C
Bhubaneswar

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ଚମକ

ସମାଜ ଡିଜିଟାଲ ଡେସ୍କ: ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥର ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଆ ଝିଅ ରୀତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି। ସେହିଭଳି ୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ। ଆଦିତ୍ୟ ଆଚାର୍ଯ୍ୟ ୯୬ତମ ସ୍ଥାନରେ, ଦୀପ୍ତି ରଞ୍ଜନ ପତି ୧୬୪ତମ ସ୍ଥାନରେ, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ଆଶୁତୋଷ ମିଶ୍ର ୧୯୮ତମ ସ୍ଥାନରେ, ୨୧୨ରେ ଅନୁପ ନାୟକ, ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର ଏବଂ ୪୨୮ ରାଙ୍କ୍‌ରେ ରହିଛନ୍ତି ଧ୍ରୁତିରାଜ ମିଶ୍ର। ଏଥିସହ ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬୮ରେ ସିମରନ ସାହୁ, ୮୪୦ରେ ରିଶିତା ଦାସ, ୯୭୧ରେ ଗୋପୀନାଥ ସାହୁ, ୯୮୭ରେ ଆଦିତ୍ୟ ବେହେରା ଏବଂ ୯୯୪ତମ ସ୍ଥାନରେ ରହିଛନ୍ତି ଅନ୍ନପୂର୍ଣ୍ଣା ମିଶ୍ର।

ସୂଚନାଯୋଗ୍ୟ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ଆଜି ପ୍ରକାଶ ପାଇଛି। ସାକ୍ଷାତକାର ରାଉଣ୍ଡରେ ସାମିଲ ହୋଇଥିବା ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ upsconline.gov.inକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ। ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି। ଶକ୍ତି ଦୁବେ ଆଇଏଏସ୍‌-୨୦୨୪ର ଟପ୍ପର ହୋଇଛନ୍ତି। ସେହିପରି ଦ୍ଵିତୀୟ ସ୍ଥାନରେ ହର୍ଷିତା ଗୋୟଲ ଓ ତୃତୀୟରେ ରହିଛନ୍ତି ଡୋଙ୍ଗ୍‌ରେ ଅର୍ଚ୍ଚିତ ପରାଗ। ଚତୁର୍ଥରେ ଶାହ ମାର୍ଗି ଚିରାଗ, ଆକାଶ ଗର୍ଗ ପଞ୍ଚମ, କୋମଲ ପୁନିଆ ଷଷ୍ଠ, ଆୟୁଷୀ ବଂଶଲ ସପ୍ତମ, ରାଜ କ୍ରିଷ୍ଣା ଝା ଅଷ୍ଟମ, ଆଦିତ୍ୟ ବିକ୍ରମ ଅଗ୍ରଓ୍ବାଲ ନବମ ଓ ଦଶମରେ ମୟଙ୍କ ତ୍ରିପାଠୀ ରହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories