www.samajalive.in
Sunday, December 14, 2025
19.1 C
Bhubaneswar

ପୋପ୍‌ ଫ୍ରାନସିସଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ତଥା ଭାଟିକାନ ସିଟିର ପୋପ ଫ୍ରାନସିସଙ୍କ ପରଲୋକ ଘଟିଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ୨୦୧୩ର ପୋପ ବେନେଡିକ୍ଟ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ। ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।

ସେ ବ୍ରୋଙ୍କାଇଟିସରେ ଆକ୍ରାନ୍ତ ଥିଲେ। ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଗତ ଫେବୃୟାରୀ ୧୪ରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ପରବର୍ତ୍ତୀ ସମୟରେ ଫେବୃୟାରୀ ୧୭ରେ ତାଙ୍କଠାରେ ସଂକ୍ରମଣ ମାତ୍ରା ବୃଦ୍ଧି ପାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରୋଙ୍କାଇଟିସ ବ୍ୟତୀତ ତାଙ୍କଠାରେ ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ପରିଲକ୍ଷିତ ହୋଇଥିଲା, ଯାହାଫଳରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇପାରି ନ ଥିଲେ।

- Advertisement -

ପୋପ ଫ୍ରାନସିସଙ୍କ ମୃତ୍ୟୁ ପରେ ବିଶ୍ଵବ୍ୟାପୀ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ରର ନେତାମାନେ ପୋପଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories