www.samajalive.in
Saturday, December 13, 2025
26.1 C
Bhubaneswar

୫ଟି ଗାଡ଼ିକୁ ଧକ୍କା ଦେଲା ଟ୍ରକ:  ୩ ମୃତ, ୧୨ ଆହତ

ପୁଣେ: ଲୋନାଭଲା ହିଲ୍ ଷ୍ଟେସନ୍ ନିକଟରେ ଏକ ଟ୍ରକ ସିରିଜ ଦୁର୍ଘଟଣା ଘଟାଇବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ୧୨ ଜଣ ଆହତ ହୋଇଛନ୍ତି। ଘାଟି ରାସ୍ତାରେ ତଳକୁ ଓହ୍ଳାଉଥିବାବେଳେ ଟ୍ରକର ବ୍ରେକଫେଲ ହୋଇଥିଲା। ଫଳରେ ଏହା ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ମୋଟ ୫ଟି ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ଗୋଟିଏ କାରରେ ଯାଉଥିବା ବାପଝିଅଙ୍କ ମୃତ୍ୟୁ ହୋଇଥିଲା।

ମହାରାଷ୍ଟ୍ରର ଲୋନାଭଲା ହିଲ୍ ଷ୍ଟେସନ୍ ନିକଟରେ ପୁରୁଣା ପୁଣେ-ମୁମ୍ବାଇ ରାଜପଥରେ ୫ଟି ଗାଡ଼ିକୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୧୨ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଦୁର୍ଘଟାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ପୁଲିସ ପହଞ୍ଚି ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଏହାସହିତ ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ।

- Advertisement -

ଘଟଣାଟି ରବିବାର ରାତି ୧୦.୨୦ ସମୟରେ ବୋର ଘାଟ ନିକଟ ବ୍ୟାଟେରୀ ହିଲ୍‌ରେ ଘଟିଥିଲା।ଘାଟି ତଳକୁ ଓହ୍ଲାଇବା ସମୟରେ ଟ୍ରକ୍‌ଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଏହା ପରେ ଏହା ହଠାତ୍ ଦ୍ରୁତଗତିରେ ଯାଇ ୫ଟି ଗାଡ଼ିକୁ ଧକ୍କା ଦେଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଲୋନାଭଲା ପୁଲିସ ଷ୍ଟେସନ୍‌ର ବରିଷ୍ଠ ଇନ୍ସପେକ୍ଟର ସୁହାସ ଜଗତାପ୍ କହିଛନ୍ତି ଯେଏହି ଦୁର୍ଘଟଣାରେ ଏକ କାରରେ ଯାଉଥିବା ଜଣେ ୧୦ ବର୍ଷୀୟା ଝିଅ ଏବଂ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି। ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଏବଂ ସେଠାରେ ସେମାନଭ୍କ ଚିକିତ୍ସା ଜାରି ରହିଛି ବୋଲି ଶ୍ରୀ ଜଗତାପ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories