www.samajalive.in
Tuesday, December 9, 2025
16.1 C
Bhubaneswar

ଚାନ୍ଦି ଧାତୁର ପ୍ରୟୋଗ ଓ ସାବଧାନତା

ଚାନ୍ଦି ଏକ ଚତ୍ମକାର ଧାତୁ । ସାଧାରଣ ଜୀବନ ଉପରେ ଏହାର ଅନେକ ପ୍ରଭାବ ରହିଥାଏ । ଧାର୍ମିକ ଦୃଷ୍ଟି କୋଣରୁ ଏହାକୁ ଅତ୍ୟନ୍ତ ପବିତ୍ର ଓ ସାତ୍ତ୍ବିକ ଧାତୁ ବୋଲି କୁହାଯାଇଛି । ଜ୍ୟୋତିଷ ଶାସ୍ତ୍ରରେ ଚାନ୍ଦି ଚନ୍ଦ୍ରମା ଓ ଶୁକ୍ର ଗ୍ରହ ଜଡିତ ବୋଲି କୁହାଯାଇଛି । ତେଣୁ ସାଧାରଣ ଜୀବନରେ ଚାନ୍ଦିର ଅନେକ ମହତ୍ତ୍ବ ରହିଛି ।

କିପରି କରିବେ ଚାନ୍ଦିର ପ୍ରୟୋଗ

- Advertisement -

ଚାନ୍ଦିର ମୁଦି କନିଷ୍ଠ ଅଙ୍ଗୁଳିରେ ଧାରଣ କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହା ଦ୍ବାରା ଚନ୍ଦ୍ରମାର ଶୁଭ ପ୍ରଭାବ ମିଳିଥାଏ ଏବଂ ମାନସିକ ସନ୍ତୁଳନ ଠିକ ରହିଥାଏ ।
ଚାନ୍ଦି ଚେନ୍ ଗଳାରେ ଧାରଣ କରିବା ଦ୍ବାରା ବାଣୀ ଶୁଦ୍ଧ ରହିଥାଏ । ଶରୀରର ହରମୋନ୍ସ ସନ୍ତୁଳିତ ରହିବା ସହ ମନରେ ଏକଗ୍ରତା ରହିଥାଏ ।
ଚାନ୍ଦିର କଡା ଧାରଣ କରିବା ଦ୍ବାରା ବାତ, ପିତ୍ତ ଓ କଫ ନିୟନ୍ତ୍ରିତ ରହିଥାଏ ।
ଚାନ୍ଦି ଗ୍ଲାସ ବା ଗିନାରେ ପାଣି ପିଇବା ଦ୍ବାରା ଥଣ୍ଡା ଓ କାଶ ଆଦି ରୋଗ ହୋଇନଥାଏ ।
ଚାନ୍ଦି ଗିନା ବା ଚାମଚରେ ମହୁ ଖାଇବା ଦ୍ବାରା ଶରୀର ବିଷମୁକ୍ତ ହୋଇଥାଏ ।
ଚାନ୍ଦି ଲୋଟାରେ ପଞ୍ଚାମୃତ(କ୍ଷୀର, ଦହି, ଘିଅ, ମହୁ ଓ ଗୁଡ) ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ବାରା ଶରୀର ରୋଗ ମୁକ୍ତ ରହିଥାଏ । ମନ ଶାନ୍ତ ରହିବା ସହ ଗ୍ରହର ଅଶୁଭ ପ୍ରଭାବ ପଡି ନଥାଏ  ।

ସାବଧାନତା

ଚାନ୍ଦି ଶୁଦ୍ଧ ହୋଇଥିବା ଆବଶ୍ୟକ ।
ବିଶେଷ ଦଶା ଖଣ୍ଡନ ପାଇଁ ଚାନ୍ଦି ସହ ସୁନା ମିଶ୍ରଣ କରି ପିନ୍ଧନ୍ତୁ ।
ସୁନା ବ୍ୟତୀତ ଚାନ୍ଦିରେ ଅନ୍ୟ କୌଣସି ଧାତୁ ମିଶାଇ ଧାରଣ କରନ୍ତୁ ନାହିଁ ।
ଚାନ୍ଦି ବାସନକୁ ସର୍ବଦା ସଫା ରଖନ୍ତୁ ।
ଭାବନାତ୍ମକ ଲୋକେ ଚାନ୍ଦି ପ୍ରୟୋଗ ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
କର୍କଟ, ବିଚ୍ଛା ଏବଂ ମୀନ ରାଶିର ଲୋକଙ୍କ ପାଇଁ ଚାନ୍ଦି ସର୍ବଦା ଉତ୍ତମ ଅଟେ ।
ମେଷ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ଚାନ୍ଦି ବହୁତ ଅନୁକୂଳ ଅଟେ ।
ଅନ୍ୟ ରାଶି ପାଇଁ ଚାନ୍ଦି ସାମାନ୍ୟ ଫଳ ଦେଇଥାଏ ।
କିଛି ବିଶେଷ ଦଶା ପାଇଁ ଜ୍ୟେତିଷବିଦଙ୍କ ପରାମର୍ଶରେ ଏକ ବିଶେଷ ସମୟରେ ପଞ୍ଚଧାତୁ ଓ ଅଷ୍ଟଧାତୁ ମୁଦି ଧାରଣ କରାଯାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories