www.samajalive.in
Sunday, December 7, 2025
16.1 C
Bhubaneswar

ରିଲିଜ୍‍ ହେଲା ‘ବଦଲା’ର ଟ୍ରେଲର

ମୁମ୍ବଇ : ଅମିତାଭ ବଚ୍ଚନ-ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ର ଟ୍ରେଲର ମଙ୍ଗଳବାର(୧୨ ପେବୃଆରୀ) ରିଲିଜ୍‍ ହୋଇଛି। ୨ ମିନିଟ୍‍ ୨୧ ସେକେଣ୍ଡର ଏହି ଟ୍ରେଲରରେ ଚଳଚ୍ଚିତ୍ର କାହାଣୀ ସ୍ପଷ୍ଟ ନଜର ଆସିଛି। ଏହା ଏକ ହତ୍ୟା ରହସ୍ୟ ଭିତ୍ତିକ ଚଳଚ୍ଚିତ୍ର। ସୁଜୋୟ ଘୋଷଙ୍କ ନିର୍ଦ୍ଦେଶନା ଓ ଶାହାରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ଼ ଚିଲି ଏଣ୍ଟରଟେନମେଣ୍ଟର ପ୍ରଯୋଜନାରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ଅମିତାଭ ଓ ତାପସୀଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅମୃତା ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଟ୍ରେଲରରେ କେବଳ ତାଙ୍କର ଏକ ଝଲକ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ୮ ମାର୍ଚ୍ଚରେ ମୁକ୍ତିଲାଭ କରିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories