www.samajalive.in
Monday, December 8, 2025
24.1 C
Bhubaneswar

ମୋଦୀଙ୍କ ସହ ଆଲୋଚନାକୁ ପ୍ରଶଂସା କଲେ ଏଲନ ମସ୍କ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗରେ ସ୍ପେଶ ଏକ୍ସ ସିଇଓ ଏଲନ ମସ୍କଙ୍କ ସହିତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରିବା ପରେ ମସ୍କ ତାଙ୍କୁ ପ୍ରଶଂସା କରିଛନ୍ତି। ତା’ ସହିତ ୨୦୨୫ ଶେଷ ସୁଦ୍ଧା ସେ ଭାରତ ଗସ୍ତରେ ଆସିବାକୁ ବେଶ୍‌ ଇଚ୍ଛୁକ ଅଛନ୍ତି ବୋଲି କହିଛନ୍ତି।

ଉକ୍ତ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ ଯେ, ସେ ଓ୍ବାଶିଂଟନ ଗସ୍ତ ସମୟରେ ଯେଉଁ ସବୁ ପ୍ରସଙ୍ଗରେ ଆଲୋଚନା କରିଥିଲେ ସେ ବିଷୟରେ ଏଲନ ମସ୍କଙ୍କ ସହିତ କଥା ହୋଇଛନ୍ତି। ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବୀକରଣ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ରହିଥିବା ସମ୍ଭାବନାକୁ ନେଇ ସେ ମସ୍କଙ୍କ ସହିତ ଆଲୋଚନା କରିଛନ୍ତି। ଭାରତ ଏଥିପ୍ରତି ପ୍ରତିଶ୍ରୁତିବଦ୍ଧ।

- Advertisement -

ମୋଦୀଙ୍କ ଟ୍ବିଟ୍‌କୁ ରିଟ୍ବିଟ କରି ମସ୍କ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କଥା ହେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ସେ ଚଳିତ ବର୍ଷ ଶେ​‌ଷ ସୁଦ୍ଧା ଭାରତ ଆସିବାକୁ ଯୋଜନା ରଖିଥିବା କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories