www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି କିପରି କଟିବ : ଶନିବାର ରାଶିଫଳ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ବ୍ୟବସାୟ ଲାଭଜନକ ହେବାର ସୂଚନା ମିଳୁଛି। ପରିବାରର ସଂସ୍କାରଶାଳାକୁ ମାନି ଚରିତ୍ରବାନ୍ ହେବା ସହିତ ଦାମ୍ପତ୍ୟ ସୁଖ ପାଇବେ।
ବୃଷ: ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ୍‌ ପ୍ରାପ୍ୟ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ବାସଗୃହ ଉତ୍ତମ ମାନର ହେବ।
ମିଥୁନ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ଚଳାଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ଦେବ ଦର୍ଶନ ପାଇଁ ଆତ୍ମଶାନ୍ତି ଲାଭ କରିବେ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହୋଇପାରନ୍ତି।

କର୍କଟ: ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହେବାର ସୂଚନା ମିଳୁଛି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ସହିଷ୍ଣୁ ଓ ହୃଷ୍ଟଚିତ୍ତ ହେବେ। ମନ ପ୍ରଫୁଲ୍ଲ ରହିବ।
ସିଂହ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ଏକାନ୍ତରେ ତପ, ସାଧନା ଫଳବତୀ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଆତିଥ୍ୟରେ ଧନ ବ୍ୟୟ କରିବେ।
ତୁଳା: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁୁ ନିୟୋଜିତ କରି ଯଶସ୍ବୀ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ଚଳାଇ ସଫଳତା ଲାଭ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ କରିବେ।
ବିଛା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଆର୍ଥିକ ସ୍ଥିତିର ମାନକୁ ଦୃଢ଼ କରିପାରନ୍ତି। ଦୀନ, ଦରିଦ୍ରଙ୍କୁ ଦାନ କରିପାରନ୍ତି।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନ ଓ ଅନୁଗତମାନଙ୍କର ପ୍ରଶଂସାର ପାତ୍ର ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମକର: ଆର୍ଥିକ ସଙ୍କଟ ଉପୁଜିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରାରେ ବିପଦ ଅଛି।
କୁମ୍ଭ:  ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। ମନରେ ସନ୍ତୋଷ ଲାଭ କଲା ଭଳି କିଛି ଘଟଣା ଘଟିବ। ଫଳ ପ୍ରତି ଆଶା ନ ରଖି କର୍ମତତ୍ପର ରହିବେ। ରୁଚିକର ଭୋଜନ ପ୍ରାପ୍ତ କରିପାରନ୍ତି।
ମୀନ: ପରିବାରର ସାହାଯ୍ୟ ସହଯୋଗରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories