www.samajalive.in
Sunday, December 14, 2025
19.1 C
Bhubaneswar

ପିପିଲିରେ କାଳବୈଶାଖୀ ପ୍ରଭାବ: ସାପ୍ତାହିକ ହାଟରେ ଭାସିଲା ପନିପରିବା

ପିପିଲି: ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସକାଳ ସାଢେ ୯ଟାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତସହ ପ୍ରବଳ ମାତ୍ରାରେ ବର୍ଷା ଓ ପବନ ହୋଇଛି। ଏଥିଯୋଗୁଁଁ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେବା କାରଣରୁ ୧ଘଣ୍ଟା ପର୍ଯ୍ୟନ୍ତ ପିପିଲି ପୌରାଞ୍ଚଳ ଅନ୍ଧକାର ମଧ୍ୟରେ ରହିଥିଲା। ଏହି ବର୍ଷା ଓ ପବନ ଯୋଗୁଁଁ କେତେକ ସ୍ଥାନରେ ମେଳଣ ଅବସରରେ ଚାଲିଥିବା ଯାତ୍ରାପାର୍ଟିର ଟେଣ୍ଟ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଦୀର୍ଘ ଏକ ଘଣ୍ଟା ଧରି ପ୍ରବଳ ମାତ୍ରାରେ ବର୍ଷା ହୋଇଥିବାବେଳେ ଗ୍ରୀଷ୍ମପ୍ରବାହରୁ ଲୋକେ ତ୍ରାହି ପାଇଛନ୍ତି। କେତେକ ସ୍ଥାନରେ ପବନରେ ଗଛ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପନିପରିବା ଫସଲରେ ମଧ୍ୟ ଏଥିରେ ବ୍ୟାପକ ଭାବେ କ୍ଷତି ଘଟିଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ହୋର୍ଡିଂ ସବୁ ପବନରେ କ୍ଷତିଗ୍ରସ୍ତ ହୋଇଛି। ପିପିଲିର ସାପ୍ତାହିକ ହାଟରେ ବ୍ୟବସାୟୀ ଓ ଚାଷୀମାନେ ଏହି କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁଁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ହାଟ ମଧ୍ୟରେ କେତେକ ଦୋକାନ ସମ୍ମୁଖରେ ଲାଗିଥିବା ଜରିପାଲ ସବୁ ପବନରେ ଫାଟି ଉଡିଯାଇଥିବା ପରିଲକ୍ଷିତ ହୋଇଛି। ବହୁ ଦୋକାନର ପନିପରିବା ସବୁ ବର୍ଷା ଜଳରେ ଭାସୁଥିବା ଦେଖିବାକୁ ମିଳିଛି।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories