www.samajalive.in
Sunday, December 14, 2025
23.1 C
Bhubaneswar

ନେସନାଲ ହେରାଲ୍ଡ ଦୁର୍ନୀତି: ସୋନିଆ ଓ ରାହୁଲଙ୍କ କୁଶପୁତ୍ତଳିକା ଜାଳିଲା ବିଜେପି ଯୁବମୋର୍ଚ୍ଚା

କେନ୍ଦୁଝର ସଦର: ନେସନାଲ ହେରାଲ୍ଡ ଦୁର୍ନୀତିରେ ସିଧା ସଳଖ ସଂପୃକ୍ତି ଥିବା କହି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛି କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା। ଶୁକ୍ରବାର ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ଶତାଧିକ ଯୁବ କର୍ମୀ କେନ୍ଦୁଝରସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସହିଦ୍ ସଦନ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ କର୍ମୀ ବାହାରି ଲାବଣ୍ୟ ଛକ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭାରତୀୟ ଜନତା ପାର୍ଟି, କେନ୍ଦୁଝର ଜିଲାର ସାଧାରଣ ସମ୍ପାଦକ ତଥା ଯୁବମୋର୍ଚ୍ଚା ପ୍ରଭାରୀ ଅନୁବ୍ରତ ବେହେରା, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ, ଜିଲା ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡା ଏବଂ ରୁଦ୍ର ପ୍ରସାଦ ବେହେରା, ଯୁବନେତା ଜିଲା ଉପସଭାପତି ଆନିଦ୍ୟ ବେହେରା, ଓବିସି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତ, ଅସିତ୍ ନନ୍ଦନ ମହାନ୍ତି, ନଗର ସଭାପତି ପଙ୍କଜ ଦ୍ବିବେଦୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ, ଜିଲା ମିଡିଆ ସଂଯୋଜକ ବ୍ରଜ କିଶୋର ରାୟଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଏବଂ ଜିଲା ଯୁବ ନେତୃତ୍ବ ସାମିଲ ଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories