www.samajalive.in
Saturday, December 6, 2025
26.1 C
Bhubaneswar

ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ୨ ଗିରଫ

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୁଷ୍ମାନ କାର୍ଡ ବଣ୍ଟନକୁ ଭଣ୍ଡୁର କରିବା ଓ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ବୁଧବାର ପୁଲିସ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫଦ୍ଵୟ ହେଲେ ବାପି ସିଂ ଓ ବାବୁଲା ଜେନା।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ତରିକୁନ୍ଦ ପ୍ରାଥମିବ ମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚା ଜିଲା ସଭାପତି ସୁବୋଧ ବାରିକ ତାଙ୍କର କେତେକ ସମର୍ଥକ ଆସି ସଭା ମଞ୍ଚରେ ଚେୟାର ଭଙ୍ଗାରୁଜା କରିଥିଲେ। ସେଠାରେ ଉପସ୍ଥିତ ଥିବା ମହିଳା ଯନ୍ତ୍ରୀ ପ୍ରଦୀପ୍ତା ଖୁଣ୍ଟିଆଙ୍କୁ ମାଡ଼ମାରିବା ସହିତ ତାଙ୍କର ପୋଷାକ ଟାଣି ଛିଣ୍ଡାଇ ଦେଇଥିଲେ। ସେ ଭୟରେ ପଞ୍ଚାୟତ କାର୍ଯ୍ୟାଳୟକୁ ପଳାଇବା ପରେ ଅଫିସର ତାଲା ଭାଙ୍ଗି ପୁଣି ମାଡ଼ ମାରିବା ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିଥିଲେ।

- Advertisement -

ଘଟଣା ସଂକ୍ରାନ୍ତରେ ଯନ୍ତ୍ରୀ ପ୍ରଦୀପ୍ତା ଏତଲା ଦେବା ପରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଥିଲା। ତରିକୁନ୍ଦରେ କାର୍ଯ୍ୟକ୍ରମ ହୋଇ ନପାରିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲାପାଳ ଏସ୍‌ପିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ଜିଲାପାଳଙ୍କ ଚିଠି ପରେ ମଧ୍ଯ ପୁଲିସ ତ୍ବରିତ ପଦକ୍ଷେପ ନେଇନଥିଲା।

ମଙ୍ଗଳବାର ବିଧାୟକ ଡ. ରମା ମାକାନ୍ତ ଭୋଇ ଓ ରଘୁନାଥପୁର ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ଜିଲାପାଳ ଜେ. ସୋନାଲ, ଜିଲା ଆରକ୍ଷୀ ଅଧୀକ୍ଷକ ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଭେଟି ଆଲୋଚନା କରିଥିଲେ। ତେବେ ବିଜେଡିର ଆନ୍ଦୋଳନ ଡାକରା ପରେ ପୁଲିସ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ସୁବୋଧ ବାରିକ ଓ ଅନ୍ୟମାନେ ଫେରାର ହୋଇଯାଇଥିବା ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories