www.samajalive.in
Sunday, December 14, 2025
26.1 C
Bhubaneswar

ଅଭିଜିତଙ୍କୁ ଏ.ଆର. ରହମାନଙ୍କ ପାଲଟା ଜବାବ: କହିଲେ- ସବୁ ପାଇଁ ମୋତେ ଦୋଷ ଦେବା ଭଲ

ସମାଜ ଡିଜିଟାଲ ଡେସ୍କ: ନିକଟରେ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦେଶକ ଏ.ଆର. ରହମାନଙ୍କ ବିରୋଧରେ ଲାଇଭ୍ ବାଦ୍ୟଯନ୍ତ୍ର ବ୍ୟବହାର କରିବା ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସଙ୍ଗୀତ ନିର୍ମାଣ କରିବାର ଅଭିଯୋଗ ଆଣିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କ ଯୋଗୁଁଁ ଅନେକ ସଂଗୀତକାର ବେକାର ବସିଛନ୍ତି। ଏ.ଆର. ରହମାନ ଏବେ ଏହାର ଜବାବ ଦେଇଛନ୍ତି।

- Advertisement -

ନିକଟରେ ଏକ ସାକ୍ଷାତକାରରେ ରହମାନ ସାଥୀ କଳାକାରମାନଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ ଆଣିଥିଲେ ଅଭିଜିତ। ଅଭିଜିତ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ରହମାନ ସଙ୍ଗୀତ ତିଆରି କରିବା ସମୟରେ ବାଦ୍ୟଯନ୍ତ୍ରକାରୀଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖନ୍ତି। ସେ ସଂଗୀତ ଶିଳ୍ପରେ ସାମ୍ପ୍ରତିକ ପରିବର୍ତ୍ତନ ପାଇଁ ରହମାନଙ୍କୁ ଦାୟୀ କରିଛନ୍ତି, ଯେଉଁଠିକି ସବୁକିଛି ଲାପଟପରେ କରାଯାଏ। ତେଣୁ ବାଦ୍ୟଯନ୍ତ୍ର ବଜାଉଥିବା କଳାକାରମାନେ ବେକାର ହୋଇଯାଉଛନ୍ତି।

ଏ.ଆର. ରହମାନ ଏହି ଅଭିଯୋଗଗୁଡ଼ିକ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି। ରହମାନ କରିଛନ୍ତି, ‘‘ସବୁକିଛି ପାଇଁ ମୋତେ ଦୋଷୀ କରିବା ଭଲ ଲାଗେ। ମୁଁ ଏବେ ବି ଅଭିଜିତଙ୍କୁ ଭଲପାଏ ଏବଂ ମୁଁ ତାଙ୍କୁ କେକ୍ ପଠାଇବି। ଏହା ତାଙ୍କର ମତ ଏବଂ ନିଜ ମତାମତ ପ୍ରକାଶ କରିବାରେ କିଛି ଭୁଲ ନାହିଁ।’’

ରହମାନ କହିଛନ୍ତି, ‘‘ମୁଁ ନିକଟରେ ଦୁବାଇରେ ୬୦ ଜଣ ମହିଳାଙ୍କ ସହିତ ଏକ ଅର୍କେଷ୍ଟ୍ରା କରିଛି। ସେମାନଙ୍କୁ ପ୍ରତି ମାସରେ କାମ ଦିଆଯାଏ ଏବଂ ସେମାନଙ୍କୁ ବୀମା, ସ୍ୱାସ୍ଥ୍ୟ ଏବଂ ସବୁକିଛି ପ୍ରଦାନ କରାଯାଏ। ମୋର ପ୍ରତ୍ୟେକ ସିନେମା ତାହା ‘ଛାଭା’ ହେଉ କିମ୍ବା ‘ପୋନିୟିନ୍ ସେଲଭାନ୍’, ସୁବଥିରେ ପ୍ରାୟ ୨୦୦-୩୦୦ ସଂଗୀତକାର ସାମିଲ ହୋଇଥା’ନ୍ତି ଏବଂ କିଛି ଗୀତରେ ୧୦୦ରୁ ଅଧିକ ଲୋକ କାମ କରନ୍ତି। ମୁଁ ସେମାନଙ୍କ ସହିତ ଫଟୋ ପୋଷ୍ଟ କରେ ନାହିଁ, ତେଣୁ କେହି ଏ ବିଷୟରେ ଜାଣିପାରନ୍ତି ନାହିଁ।’’ ଏ.ଆର. ରହମାନ କହିଛନ୍ତି ଯେ, ସଙ୍ଗୀତରେ ସମନ୍ୱୟ ସୃଷ୍ଟି କରିବା ପାଇଁ କମ୍ପ୍ୟୁଟର ବ୍ୟବହାର କରାଯାଏ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories