www.samajalive.in
Monday, December 8, 2025
24.1 C
Bhubaneswar

ଅଙ୍ଗନବାଡ଼ି କର୍ମୀଙ୍କ ବିରୁଦ୍ଧରେ ଶିକ୍ଷାଗତ ଜାଲିଆତିକୁ ନେଇ ମାମଲା ରୁଜୁ

କଣ୍ଟାବାଞ୍ଜି: ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରି ଚାକିରି କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରନାମଣି ବରାଳଙ୍କ ଦ୍ଵାରା ଦାଖଲ ଲିଖିତ ଅଭିଯୋଗକୁ ଆଧାର କରି ତୁରେକେଲା ପୁଲିସ୍ ଏକ ମାମଲା ରୁଜୁ କରିଛି। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଉମା ମାଝୀ ବରିଆଲି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ପଦ ପାଇଁ ଚୟନ ସମୟରେ ଜାଲିଆତି କରି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ ସହିତ ଜଡିତ ଥିଲେ।

ଅଭିଯୋଗ ଅନୁଯାୟୀ, ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡିକର୍ମୀ ପଦ ପାଇଁ ଚୟନ ବିଜ୍ଞାପନ ସଂଖ୍ୟା ୭୨୩ ୨୭.୦୯.୨୦୨୪ ଅଧିକାରିକ ଅନ୍‌ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଉମା ମାଝୀ ଆବେଦନ କରିଥିଲେ। ସେ ସେହି ସମୟରେ ଯୁକ୍ତ ଦୁଇ ବିଜ୍ଞାନ ରୋଲ୍ ନମ୍ବର ୩୫୭ବିଏ୦୪୮, ପଞ୍ଜୀକୃତ ସଂଖ୍ୟା, ବିଏ ୫୧୪୩୮୦୮୨, ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ଇ) ଓଡ଼ିଶା ଦ୍ଵାରା ଜାରି କରାଯାଇଥିବା ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରିଥିଲେ। ସର୍ବସାଧାରଣ ବିଜ୍ଞପ୍ତି ଅବଧିର ସମୟସୀମା ଓ କୌଣସି ଆପତ୍ତି ନଥିବା ଆଧାର କରି ତାଙ୍କ ଆବେଦନ ପତ୍ରକୁ ବିଚାରକୁ ନେଇ ଉକ୍ତ ପଦବୀ ଚୟନ କରାଯାଇଥିଲା। ସେ ତା ୨୧.୧୧.୨୦୨୪ରିଖରେ ଅଙ୍ଗନବାଡି ୱାର୍କର୍ ଭାବେରେ ଯୋଗ ଦେଇଥିଲେ। ଅନ୍ୟତମ ଆଶାୟୀ ପଦ୍ମିନୀ ଧାରୁଆ ପରବର୍ତ୍ତୀ ସମୟରେ ଉମା ମାଝୀ ଦାଖଲ କରିଥିବା ପ୍ରମାଣ ପତ୍ର ସତ୍ୟତା ଉପରେ ୧୩.୦୩.୨୦୨୫ ତାରିଖରେ ଏକ ଲିଖିତ ଆବେଦନ କରିଥିଲେ । ପ୍ରମାଣ ପତ୍ରର ସତ୍ୟତା ଯାଞ୍ଚ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟ ନିକଟକୁ ପଠାଯାଇଥିଲା।

ଦେଢ ବର୍ଷ ପରେ କେତୁ ଚଳନ: ଏହି ରାଶି ହେବେ ମାଲାମାଲ୍‌, ବଢିବ ଦରମା, କିଣିବେ ନୂଆ ଘର, ଗାଡି..

- Advertisement -

ଏନେଇ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍ଏସ୍‌ଡି) ମାଲପଡାନି ଅଧ୍ୟକ୍ଷ ନିଶ୍ଚିତ କରିଛନ୍ତି ଯେ ଉମା ମାଝୀଙ୍କ ଦ୍ଵାରା ଦାଖଲ ହୋଇଥିବା ପ୍ରମାଣପତ୍ର ଉକ୍ତ ଅନୁଷ୍ଠାନ ଦ୍ଵାରା ପ୍ରଦାନ କରାଯାଇ ନାହିଁ। ଏହାକୁ ଦୃଷ୍ଟିରେ ରଖ୍ ସିଡିପିଓ, ତୁରେକେଲା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଭାରତ ନ୍ୟାୟ ସଂହିତା (ବିଏସ୍ଏସ୍), ୨୦୨୩ର ଧାରା ୩୩୬(୨), ୩୩୬(୩) ଏବଂ ୩୪୦ (୨) ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଛି ଏବଂ ଏସ୍‌ଆଇ ତାରସିଲା ବାର୍ଲାଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ନିଯୁକ୍ତିରେ ସ୍ଵଚ୍ଛତା, ଯୋଗ୍ୟତା ଭିତ୍ତିକ ଚୟନ ଏବଂ ଆଇନଗତ ଉତ୍ତର ଦାୟିତ୍ଵ ପାଇଁ ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ଦେଖନ୍ତୁ ଭିଡିଓ; ଟୋଲକର୍ମୀଙ୍କୁ ଚାପୁଡା ପରେ ଚାପୁଡା ମାରି ମହିଳା କଲେ ରକ୍ତାକ୍ତ, ଘଟିଥିଲା ଏମିତି କିଛି.. 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories