www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାକୁ ନିନ୍ଦା

ଭବାନୀପାଟଣା: ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଛକରେ ଦଳୀୟ ନେତୃବର୍ଗ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଞ୍ଚଳରେ ଏଭଳି କୁତ୍ସିତ ଘଟଣା ଏକ ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ବୋଲି ବିଜେଡି ନେତାଏ ସନ୍ଦେହ କରିଛନ୍ତି। ବିଶେଷକରି ରାଜ୍ୟରେ ନୂଆ ସରକାର ଆସିବା ପରେ ବିଜୁ ବାବୁଙ୍କୁ ଅପମାନ କଲା ଭଳି ପଦକ୍ଷେପ ନିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପରିବର୍ତ୍ତନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରୁ ବିଜୁ ବାବୁଙ୍କ ନାମ କାଟିବା, ବିଜୁ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନର ପ୍ରୟାସ କରିବା ଏବଂ ନିକଟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା ଘଟଣା ସରକାରଙ୍କ ହୀନ ରାଜନୀତି ଓ ଅପାରଗତାକୁ ଦର୍ଶାଉଛି ବୋଲି ବିଜେଡି ନେତାଏ କ୍ଷୋଭ ପ୍ରକାଶ କରି କହିଛନ୍ତି। ବିଜୁ ବାବୁ ସବୁବେଳେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଓଡ଼ିଆ ଅସ୍ମିତାର ରକ୍ଷା ଓ ଓଡ଼ିଶାର ବିକାଶ ପାଇଁ କାମ କରିଛନ୍ତି। ସେ ଜଣେ ସ୍ବାଧୀନତା ସଂଗ୍ରାମୀ ସହ ଇଣ୍ଡୋନେସିଆର ଭୂମିପୁତ୍ର।

ସେହିଭଳି ଜଣେ ରାଷ୍ଟ୍ର ନାୟକଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଓ ତାଙ୍କୁ ଅପମାନିତ କରିବା ଘଟଣାକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାର ଗଭୀର ନିଦ୍ରାରୁ ଉଠନ୍ତୁ ଏବଂ ଘଟଣାର ପୁନରାବୃତ୍ତିକୁ ରୋକନ୍ତୁ ବୋଲି ବିଜେଡି ନେତାଏ ସ୍ବର ଉତ୍ତୋଳନ କରିଥିଲେ। ବିଜୁ ବାବୁଙ୍କୁ ଅପମାନ, ଓଡ଼ିଆ ଜାତିର ଅପମାନ ବୋଲି ନାରା ଦେବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତୃମଣ୍ଡଳୀ ଦାବୀ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାଏକ, ଭବାନୀପାଟଣା ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକଙ୍କ ସମେତ ବହୁ ଦଳୀୟ ନେତା ନେତ୍ରୀ ଯୋଗ ଦେଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories