www.samajalive.in
Sunday, December 14, 2025
19.1 C
Bhubaneswar

ଜନ୍ମ-ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ଡାକ୍ତରଖାନା ଘେରିଲେ ଅଞ୍ଚଳବାସୀ

ପଟ୍ଟାଙ୍ଗି : ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ଆଦିବାସୀଙ୍କୁ ସମସ୍ତ ସରକାରୀ ସୁବିଧା ସହଜ ଏବଂ ବିନା ମୂଲ୍ୟରେ ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ କିଛି ଅସାଧୁ କର୍ମଚାରୀ ହାତଗୁଞ୍ଜା ନଦେଲେ କାମ ହେଉନଥିବା ଅଭିଯୋଗ କରି କିଛି ସମୟ ଡାକ୍ତରଖାନା ଘେରାଉ କରିଥିଲେ। ଖବର ପାଇ କଂଗ୍ରେସ ବିଧାୟକ ଦଳ ନେତା ତଥା ବିଧାୟକ ରାମଚନ୍ଦ୍ର କାଡାମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ଆଗକୁ ବିଭାଗୀୟ କର୍ମଚାରୀମାନେ ଏଭଳି ଅସୁବିଧା କରିବେ ନାହଁ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଅଞ୍ଚଳ ବାସି ଘେରାଉରୁ ଓହରି ଥିଲେ। ପଟ୍ଟାଙ୍ଗି ବ୍ଲକର ଗାଲିଗାବଡ଼ର, ଘାତି୍ଗୁଡା,ରାଲେଗଡା ଭଳି ବହୁ ଗ୍ରାମବାସୀ ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ଦେବା ପାଇଁ ବିଭାଗୀୟ କର୍ମଚାରୀମାନେ ଲାଞ୍ଚ ନେବା ସହ ନାହଁ ନଥିବା କରୁଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ଦିନର ଅସନ୍ତୋଷ କେନ୍ଦ୍ରୀଭୁତ ହେବା ପରେ ଆଜିର ଏହି ଘଟଣା ଦେଖିବାକୁ ମିଳିଥିବା ଜଣାପଡିଛି। ଗାଲିଗାବଡ଼ର ଗ୍ରାମର ହରି ପାଙ୍ଗି କହିବା ଅନୁଯାୟୀ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ପ୍ରଥମେ ପଟ୍ଟାଙ୍ଗି ଡାକ୍ତରଖାନାରେ ଆବେଦନ କରିଥିଲେ ଓ ମାସ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ପ୍ରମାଣପତ୍ର ମିଳିନଥିଲା। ଏହାପରେ ହରି ପୁଣି ଡାକ୍ତରଖାନା ଯାଇ ପ୍ରଦାନ କରୁଥିବା ଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ ଜଣକ ଏଏନଏମଙ୍କ ପାଖକୁ ପଠେଇ ଦେଲେ ଓ ଏଏନଏମ କହିଲେ ମୋର କୌଣସି କାମ ନାହିଁ ଡାକ୍ତରଖାନା ଗଲେ ହିଁ ମିଳିବ କହି ପଠେଇ ଦେଇଥିଲେ।

ପରେ ଡାକ୍ତରଖାନା ଆସି ଅଧିକାରୀଙ୍କୁ ପଚାରିବାରୁ କିଛି ପଇସା ଦରକାର ବୋଲି କହିଥିଲେ। ପରେ ତାଙ୍କୁ ଲାଞ୍ଚ ଦେଇଥିବା ମଧ୍ୟ ହରି ଅଭିଯୋଗ କରିଥିଲେ। ସେହିପରି ଘାତିଗୁଡା ଗ୍ରାମର ବୃଦ୍ଧ ଲାଣ୍ଡୁ ଖରାଙ୍କ କହିବା ଅନୁଯାୟୀ ତାଙ୍କ ପୁଅର ମୃତ୍ୟୁ ହୋଇ ଏକ ବର୍ଷ ବିତିଗଲାଣି କିନ୍ତୁ ତାଙ୍କୁ ଆଜି କାଲି କହି ମୃତ୍ୟୁ ପ୍ରମାଣପତ୍ର ପାଇଁ ବୁଲାଉଛନ୍ତି ବିଭାଗୀୟ ଅଧିକାରୀ। ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ କହିବା ଅନୁଯାୟୀ ତାଙ୍କ ଝିଆରୀର ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ନୟାନ୍ତ ହୋଇଗଲେଣି‌। ଜଣେ ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚଙ୍କଙ୍କୁ ଯଦି ଏଭଳି ହଇରାଣ କରାଯାଉଛି ତେବେ ନୀରିହ ଗରିବ ଆଦିବାସୀଙ୍କୁ ଏହି ସାର୍ଟିଫିକେଟ ପ୍ରଦାନରେ କିଭଳି ଅସୁବିଧା କରୁଥିବେ ଏଥିରୁ ସ୍ବଷ୍ଠ ଜଣାପଡୁଛି। ଅନ୍ୟପକ୍ଷରେ ବିନା ଅର୍ଥ କାରବାରରେ ସାର୍ଟିଫିକେଟରେ ଏଠାରେ ମିଳୁନଥିବା ସରପଞ୍ଚ ଅଭିଯୋଗ କରିଥିଲେ। ଏମିତି ଅସୁବିଧାର ସ୍ୱୀକାର ହେବା ପରେ ଓ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରରେ ଏକତ୍ରିତ ହୋଇଥିଲେ ଅଭିଯୋଗକାରୀ। କିଛି ସମୟ ହୋହାଲା ପରେ ଖବରପାଇ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ,ପଟ୍ଟାଙ୍ଗି ପଞ୍ଚୟତ ସମିତି ଅଧ୍ୟକ୍ଷା କଳ୍ପନା ପାଙ୍ଗି ପହଁଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡାକି ସମସ୍ତ ବିଷୟ କହିଥିଲେ। ଚିକିତ୍ସା ଅଧିକାରୀ ଡ଼ ଭାଗବତ ମୁର୍ମୁ କହିଥିଲେ ଏନେଇ ତାଙ୍କ ନିକଟରେ କିଛି ଲିଖିତ ଅଭିଯୋଗ ନାହିଁ। ଯଦି ଏମିତି ଅଭିଯୋଗ ଆସିଛି ତାହାହେଲେ ସେ ଏହାର ତଦନ୍ତ କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ ଏବଂ ଆଗାମୀ ଦିନରେ ଏମିତି କୌଣସି ଘଟଣା ଘଟିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories