www.samajalive.in
Saturday, December 13, 2025
18.1 C
Bhubaneswar

ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଲିମ ନେଲେ ଛାତ୍ରଛାତ୍ରୀ

ଭବାନୀପାଟଣା : ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ରର ଦ୍ଵିତୀୟ ଦିନରେ ଆଜି ୪ ଟି ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନ ହେଇଥିଲା। ଏଥି ସହିତ କର୍ମଶାଳା ମାଧ୍ୟମରେ ପିଲାଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣର ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଥିଲା। କେତେକ ଛାତ୍ର ନିଜସ୍ଵ ସୃଜନଶୀଳତା ବଳରେ ଚଳଚ୍ଚିତ୍ରର ପ୍ରତିଛବି ପ୍ରଦର୍ଶନ କରିଥିଲେ। ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ଅନ୍ତର୍ଜାତୀୟ ,ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ଗୁଡିକ ୩ଟି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଇଥିଲା। ବିଦ୍ୟାର୍ଥୀମାନେ ଅତ୍ୟନ୍ତ ଉତ୍ସାହର ସହିତ ବିଶ୍ୱର ବିଭିନ୍ନ ଭାଷାର ବହୁ ଚର୍ଚ୍ଚିତ ଫିଲ୍ମଗୁଡିକୁ ଉପଭୋଗ କରିବାର ସୁଯୋଗ ପାଇଥିଲେ। ଏଥିସହିତ ଫିଲ୍ମ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର, ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା ଶ୍ୱେତା ପରଖ, ଜର୍ଜିଆରୁ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ, ଲିଥୁନିଆର  ସୁଶ୍ରୀ ରାସା ଓଜିଉନାଇଟେ, ୟୁକ୍ରେନର ଭୋଲୋଡିମିର୍ ପ୍ରିଟୁଲା ପ୍ରମୁଖ ଙ୍କଠାରୁ ” କ୍ରିଏଣ୍ଟିଙ୍ଗ୍ ଇମ୍ପାକ୍ଟ ଫୁଲ୍ ଫିଲ୍ମ ଏଣ୍ଡ କନେକ୍ଟିଙ୍ଗ୍ ଉଇଥ୍ ଇୟୋର ସେଲ୍ଫ” ଶୀର୍ଷକ କର୍ମଶାଳାରେ ଶିକ୍ଷାର୍ଥୀମାନେ ଚଳଚ୍ଚିତ୍ର ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତାକାଲି ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଶେଷ ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories