ଡେସ୍କ: ହରିୟାଣାର ଯମୁନାନଗରରେ ଆଜି କୈଥଲର ରାମପାଲ କଶ୍ୟପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି। ଆଜି ହରିୟାଣା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ କଶ୍ୟପ ୧୪ ବର୍ଷ ପୂର୍ବରୁ ପ୍ରତିଜ୍ଞା କରିଥିଲେ ଯେ ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନ କରିବେ ଓ ସେ ତାଙ୍କ ସହ ସାକ୍ଷାତ ନ କରିବେ, ସେପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଷୟ ଜାଣିବା ପରେ ଆଜି ଶ୍ରୀ କଶ୍ୟପଙ୍କୁ ନିମନ୍ତ୍ରଣ କରିଥିଲେ। କେବଳ ସେତିକି ନୁହେଁ, ସାକ୍ଷାତ ସମୟରେ ଶ୍ରୀ ମୋଦୀ, କଶ୍ୟପଙ୍କୁ ହଳେ ଜୋତା ଉପହାର ଦେଇଥିଲେ। ସେ କିଛି ସମୟ କଶ୍ୟପଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିଥିଲେ।
Popular Categories



