ପିପିଲି : ଦେଶର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପିପିଲି ତରାକାଜ ଛକଠାରେ ସୋମବାର ପାଳିତ ହୋଇଯାଇଛି । ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଓ ପିପିଲିର ଆମ୍ବେଦକର ସ୍ମୃତି କମିଟି ସଭାପତି ସମାଜସେବୀ ଗଙ୍ଗାଧର ସେଠୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସିପିଆଇ(ଏମ୍ଏଲ୍) ଲିବରେସନ ନେତା ଅଶୋକ ପ୍ରଧାନ, କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଅନାଦି ସ୍ୱାଇଁ, ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘର ସଂପାଦିକା ସୋନିଲତା ସେଠୀ ପ୍ରମୁଖ ଯୋଗଦେଇ ଡକ୍ଟର ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଆମ୍ବେଦକରଙ୍କ ଦେଶ ପ୍ରତି ରହିଥିବା ଅବଦାନ ସଂପର୍କରେ ଅତିଥିମାନେ ଆଲୋକପାତ କରିବା ସହ ତାଙ୍କ ଜୀବନୀ ଉପରେ ଅଭିଭାଷଣ ରଖିଥିଲେ ।
Popular Categories



