www.samajalive.in
Saturday, December 13, 2025
26.1 C
Bhubaneswar

ଆଉ ନାହାନ୍ତି କନ୍ନଡ଼ ଅଭିନେତା ବ୍ୟାଙ୍କ ଜନାର୍ଦ୍ଦନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ କନ୍ନଡ଼ ଅଭିନେତା ଜନାର୍ଦ୍ଦନଙ୍କ ପରଲୋକ ଘଟିଛି। ରବିବାର ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ‘ବ୍ୟାଙ୍କ ଜନାର୍ଦ୍ଦନ’ ନାଁରେ ମଧ୍ୟ ପରିଚିତ। ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ସେ ରୋଗାଗ୍ରସ୍ତ ଥିଲେ। କିଛି ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ବିୟୋଗ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପ୍ରଶଂସକ ଓ ଅନେକ କଳାକାର ତଥା ବିଶିଷ୍ଟ ବ୍ୟକ୍ତିତ୍ଵ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅଭିନେତା ତାଙ୍କ ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ୫୦୦ରୁ ଅଧିକ ଚଳଚ୍ଚିତ୍ର ଏବଂ ଶୋ’ରେ ଅଭିନୟ କରିଛନ୍ତି। ସେ ବିଶେଷ କରି ଜଣେ ହାସ୍ୟାଭିନେତା ଭାବେ ଜଣାଶୁଣା ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories