www.samajalive.in
Sunday, December 14, 2025
26.1 C
Bhubaneswar

ବାଇକ ଚୋରି ମାମଲା,ଫେରାର ଅଭିଯୁକ୍ତକୁ ଗିରଫ 

ଗୋପାଳପୁର: ଗୋପାଳପୁର ପୁଲିସ ଆଜି  ବାଇକ ଚୋରି ମାମଲାରେ ଫେରାର ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ନାରାୟଣପୁର ଗ୍ରାମର ଶ୍ରୀଧର ବେହେରା଼ ବୋଲି ପୁଲିସ କହିଛି।
ସୂଚନା ପ୍ରକାରେ ଗତବର୍ଷ ଡିସେମ୍ବର ମାସ ୩ ତାରିଖରେ ଖୋଡାସିଂ ଗ୍ରାମର ଅଶୋକ ସେଠୀ ସାନକୁଶସ୍ଥଳୀରେ ରହୁଥିବା ଶାଳକ ରାମ ଚନ୍ଦ୍ର ସେଠୀ ଘରକୁ ବୁଲିବାକୁ ଯାଇଥିଲେ। ସେଠାରୁ ତାଙ୍କ ବାଇକ ଚୋରି ହୋଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୩୩/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।l ତଦନ୍ତ ବେଳେ ବାଇକକୁ ୩ ଜଣ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଅନ୍ୟଏକ ଚୋରି ମାମଲାରେ ଗିରଫ କରିଥିବା ବେଳେ ଶ୍ରୀଧର ସେହି ଦିନ ଠାରୁ ଫେରାର ରହିଥିଲା। ବିଶେଷ ସୂତ୍ରରୁ ଆଜି ଗୋପାଳପୁର ଥାନା ପୁଲିସ ଖବର ପାଇଁ ଶ୍ରୀଧରକୁ ତାଙ୍କ ଘରୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories