www.samajalive.in
Saturday, December 13, 2025
26.1 C
Bhubaneswar

ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ 

କାମାକ୍ଷାନଗର: କାମାକ୍ଷାନଗର ତହସିଲ ଅନ୍ତର୍ଗତ ସରୁଆଳି ଗ୍ରାମରେ ଶନିବାର ରାତି ସାଢେ ଏଗାରଟାରେ ଅଗ୍ନିକାଣ୍ଡ ଘଟି ୪ ଗୋଟି ପରିବାରର ୧୨  ବଖରା ଘର ଭସ୍ମିଭୁତ ହୋଇଯାଇଛି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।
ଏହି ଅଗ୍ନିକାଣ୍ଡରେ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କର ୩ ବଖରା, ଦୁଲଭ ବିଶ୍ୱାଳଙ୍କର ୩, ସଞ୍ଜୟ ବିଶ୍ୱାଳଙ୍କର ୩ ଏବଂ ବିଜୟ ବିଶ୍ୱାଳଙ୍କର ୩  ବଖରା ଘର ପୋଡି ପାଉଁଶ ହୋଇଥିବା ବେଳେ ଘରେ ଥିବା ଆସବାବ ପୋଡି ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାଯାଇଛି।  ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ । ବିପର୍ଣ୍ଣଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ସକାଶେ ସଂପୃକ୍ତ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories