www.samajalive.in
Sunday, December 14, 2025
26.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ, ୭ ଆହତ

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ଆନାକାପାଲ୍ଲେ ଜିଲା ଅନ୍ତର୍ଗତ କୈଳାସପାଟନମ ଗ୍ରାମରେ ଥିବା ଏକ ବାଣ କାରଖାନାରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କାରଖାନା ପରିସରର ଏକ ସ୍ଥାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗି ବାଣ ବିସ୍ଫୋରଣ ଘଟିଥିଲା। ଅଗ୍ନି ନିରାପତ୍ତା ଦିଗରେ ତ୍ଵରିତ ପଦକ୍ଷେପ ନିଆ ନ ଯିବାରୁ ନିଆଁ ସମଗ୍ର କାରଖାନାକୁ ବ୍ୟାପିଯିବା ସହିତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। କାରଖାନାରେ ବହୁ ଶ୍ରମିକ କାମ କରୁଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୫ ଜଣ ବିସ୍ଫୋରଣ ଯୋଗୁ ପ୍ରାଣ ହରାଇଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories