www.samajalive.in
Saturday, December 13, 2025
26.1 C
Bhubaneswar

ରିଲ୍ସ ଦେଖିବା ସମୟରେ ଚୋରି ଅଳଙ୍କାରର ସୁରାକ ପାଇଲେ ମହିଳା, ଘରୋଇ ସହାୟିକାଙ୍କୁ ବାନ୍ଧିଲା ପୁଲିସ

ସମାଜ ଡିଜିଟାଲ: ମାଲିକାଣୀ ଘରୁ ସୁନା ଚୋରି କଲେ। ପରବର୍ତ୍ତୀ ସମୟରେ ସେହି ଅଳଙ୍କାର ପିନ୍ଧି ରିଲ୍ସ କରୁଥିଲେ ଘରୋଇ ସହାୟିକା। ଏସବୁ ରିଲ୍ସକୁ ୟୁଟ୍ୟୁବ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରୁଥିଲେ। ଶେଷରେ ରିଲ୍ସ ଦେଖି ନିଜ ଅଳଙ୍କାରକୁ ଚିହ୍ନି ତାହାକୁ ଠାବ କରିବାରେ ସଫଳ ହେଲେ ମାଲିକାଣୀ। ନିଜ ଘରୁ ଅଳଙ୍କାର ଚୋରି ଘଟଣାରେ ସୁରାକ୍‌ ମିଳିବା ପରେ ଥାନାରେ ଅଭିଯୋଗ କରାଗଲା। ପରେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ଘଟଣାଟି କଲକାତାର।

ସୂଚନା ଅନୁସାରେ, କଲକାତାର ୟୁନିକ୍‌ ପାର୍କ ଅଞ୍ଚଳରେ ରହୁଥିବା ମହିଳା ଉଦ୍ୟୋଗୀ ସଞ୍ଚିତା ମୁଖାର୍ଜୀ ତାଙ୍କ ଘରେ ପୂର୍ଣ୍ଣିମା ମଣ୍ଡଳ(୩୫) ନାମ୍ନୀ ମହିଳାଙ୍କୁ ୩ ବର୍ଷ ତଳେ ନିଜର ଘରୋଇ ସହାୟିକା ଭାବେ ନିଯୁକ୍ତ କରିଥିଲେ। ଗତବର୍ଷ ଅକ୍ଟୋବରରେ ହଠାତ ପୂର୍ଣ୍ଣିମା କାମ ଛାଡ଼ିଦେଇଥିଲେ। ମାସକ ତଳେ ସଞ୍ଚିତା ଏବଂ ତାଙ୍କ ସ୍ଵାମୀ ଜାଣିବାକୁ ପାଇଲେ ଯେ ତାଙ୍କ ଘରୁ କିଛି ସୁନା ଅଳଙ୍କାର ମିଳୁନାହିଁ। ତେଣୁ ସେମାନେ ପର୍ଣ୍ଣାଶ୍ରୀ ଥାନାରେ ଅଭିଯୋଗ କରିଥିଲେ।

- Advertisement -

ଅନ୍ୟପଟେ ପୂର୍ଣ୍ଣି ଚୋରି ହୋଇଥିବା ସୁନା ଅଳଙ୍କାର ପିନ୍ଧି ରିଲ୍ସ କରି ୟୁଟ୍ୟୁବରେ ଶର୍ଟ୍ସ ଅପଲୋଡ କରୁଥିଲେ। କିନ୍ତୁ ଅଶିକ୍ଷିତ ହୋଇଥିବାରୁ ସେ ତାଙ୍କ ଭିଡିଓଗୁଡ଼ିକରେ ଆସୁଥିବା କମେଣ୍ଟଗୁଡ଼ିକୁ ପଢ଼ିପାରୁ ନ ଥିଲେ। ତେଣୁ ସେ ତାଙ୍କ ପୂର୍ବତନ ମାଲିକାଣୀ ସଞ୍ଚିତାଙ୍କୁ ଫୋନ କରି ସହାୟତା ମାଗୁଥିଲେ। ସଞ୍ଚିତା କିଛି ଭିଡିଓ ଦେଖିବା ପରେ ଅନୁଭବ କଲେ ସେ ପୂର୍ଣ୍ଣିମା ଯେଉଁସବୁ ଅଳଙ୍କାର ପିନ୍ଧି ରିଲ୍ସ କରିଛନ୍ତି ସେସବୁ ତାଙ୍କର। ତେଣୁ ସେ ଏ ନେଇ ଥାନାରେ ଜଣାଇଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରିବା ସହିତ ପୂର୍ଣ୍ଣିମାଙ୍କ ଘରେ ଚଢ଼ାଉ କରି ସଞ୍ଚିତାଙ୍କର ଦୁଇ ହଳ କାନଫୁଲ ଏବଂ ତାଙ୍କ ସ୍ଵାମୀଙ୍କ ଏକ ମୁଦି ଜବତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories